ରାୟଗଡ଼ା ଜିଲ୍ଲା କୋଲନରା ର ଚୋରି ଘଟଣାର ପର୍ଦ୍ଦାଫାଶ କଲା ଚାନ୍ଦିଲି ଥାନା ପୋଲିସ

0

ରାୟଗଡ଼ାଭି (ଗୌରି ଶଙ୍କର ରାଓ):  ରାୟଗଡା ଜିଲ୍ଲା କୋଲନରା ବ୍ଲକ ସରକାରୀ କ୍ୱାର୍ଟରରେ ଘଟିଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଚାନ୍ଦିଲି ପୋଲିସ। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଚୋରି ହୋଇଥିବା ସାମଗ୍ରୀର କିଛି ଅଂଶ ଜବତ କରାଯାଇଛି।
ସୂଚନା ଅନୁସାରେ, କୋଲନରା ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ କ୍ୱାର୍ଟରରେ ରହୁଥିବା ବ୍ଲକ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ କୋଟା ହେମଲତା ଜୁନ ୮ ତାରିଖରେ ଘରେ ତାଲା ପକାଇ ରାୟଗଡା ଯାଇଥିଲେ।
ପରଦିନ ଫେରି ଦେଖିବାକୁ ପାଇଥିଲେ ଘରର ତାଲା ଓ ଆଲମିରା ଭାଙ୍ଗି ସୁନା, ରୂପା ଅଳଙ୍କାର ସହ ୮୬ ହଜାର ଟଙ୍କା ନଗଦ ଚୋରି ହୋଇଯାଇଛି।
ତଦନ୍ତ ସମୟରେ ପୋଲିସ ବୈଜ୍ଞାନିକ ଦଳର ସହାୟତାରେ ପ୍ରମାଣ ସଂଗ୍ରହ କରିଥିଲା। ବିଶ୍ୱସନୀୟ ସୂଚନା ଆଧାରରେ ଜେକେପୁର ଅଞ୍ଚଳର ପରମି ଶ୍ରୀକାନ୍ତଙ୍କୁ ଗିରଫ କରାଯାଇଛି।
ତାଙ୍କ ନିକଟରୁ ଗୋଟିଏ ରୂପା ପାତ୍ର, ଗୋଟିଏ ରୂପା ଗ୍ଲାସ, ୩୦ ହଜାର ଟଙ୍କା ନଗଦ ଓ ତରଳାଯାଇଥିବା ସୁନା ଜବତ କରାଯାଇଛି।
ପୋଲିସ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରଖିଛି।

Leave A Reply

Your email address will not be published.