ଚକାଡୋଳା ଚିକ୍କଣ କଳା
=============
ଚକାଡୋଳା ଚିକ୍କଣ କଳା,
ଚଉବର୍ଗ ଦାନୀ ଶିରିକ୍ଷେତ୍ର ମଣି,
ଦରଶନେ ତାଙ୍କ ନକର ହେଳା l(ଘୋଷା )
ସାଗର ମନ୍ଥନେ କମଳା ଲଭିଲେ
କାଟି ପକାଇଲେ ରାହୁର ଗଳା l
ମୋହିନୀ ରୂପରେ ମୋହ କଲେ ପୁଣି
ପଛେ ଗୋଡ଼ାଇଲେ ଶଙ୍କର ଭୋଳା ll
ସତ୍ୟ ଯୁଗେ ଧ୍ରୁବ ତପ ଆଚରିଲା
ସ୍ଥାନ ଦେଲ ତାକୁ ନକ୍ଷତ୍ର ମେଳା l
ପ୍ରହଲ୍ଲାଦ ତପ ବିହିଲ ସନ୍ତାପ,
ହିରଣ୍ୟ ଅନ୍ତରେ ପିନ୍ଧିଲ ମାଳା ll
ତ୍ରେତୟାରେ ପ୍ରଭୁ ସାଗର ବକ୍ଷରେ
ପଥର ପକାଇ ବାନ୍ଧିଲ ଭେଳା l
ଅହଲ୍ୟା ତାରଣ ସୀତା ଉଦ୍ଧାରଣ
ଲଙ୍କା ଜାଳିଦେଲେ ପବନ ବଳା ll
ଦ୍ୱାପର ଯୁଗରେ ଜନ୍ମି ଗୋପପୁରେ
ଗୋପାଳଙ୍କ ସଙ୍ଗେ କରିଲ ଖେଳା l
ଇନ୍ଦ୍ରଙ୍କ ବିବାଦେ ମନ୍ଦର ଟେକିଲ
ମାରି ପକାଇଲ ନିଜ ମଉଳା ll
କୁରୁସଭା ତଳେ ପାଞ୍ଚାଳୀ ବିକଳେ
କୋଟି ବସ୍ତ୍ର ଦେଲ ନକରି ହେଳା l
ଚକ୍ର ଉହାଡ଼ରେ ପାଣ୍ଡବେ ରଖିଲ
ନାଶ ଗଲେ ଶହେ ଅନ୍ଧର ବଳା ll
ପ୍ରଭୁ ବ୍ରହ୍ମରାଶି ନୀଳାଚଳେ ବସି
କରୁଛନ୍ତି ରଥ ଯାତରା ଲୀଳା l
ଭକତ ବତ୍ସଳା ଭକ୍ତ ଭାବ ଭୋଳା
ପଦ୍ମପାଦେ ଦାସ ଶରଣ ଗଲା ll
🙏🙏🙏
ଅର୍ଜୁନୀ
———————
ଅର୍ଜୁନୀ ଚରଣ ବେହେରା
ମୋ -7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.