କୋରାପୁଟ(ବିପିନ୍ କୁମାର ହିଆଲଙ୍କ) : କୋରାପୁଟ ଜିଲ୍ଲାର କେନ୍ଦ୍ର ସରକାର ଦ୍ୱାରା ସଂସ୍ଥାପିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା କୋରାପୁଟରେ ଡାକ୍ତରୀ ଆଶାୟୀ ପ୍ରାର୍ଥୀଙ୍କ ରି ନୀଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ସାରା ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ରି ନୀଟ୍ ପରୀକ୍ଷା ୨୧ଜୁନ୍ ୨୦୨୬ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ତନ୍ମଧ୍ୟରୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପରୀକ୍ଷା କେନ୍ଦ୍ର କଡ୍ ସଂଖ୍ୟା ନଂ ୩୬୧୧୧୦୧ ପ୍ରାୟ ୭୧୨ ଡାକ୍ତରି ଆଶାୟୀ ପ୍ରାର୍ଥୀ ରି ନୀଟ୍ ପରୀକ୍ଷାରେ ଭାଗ ନେଇଛନ୍ତି । ଏହି କେନ୍ଦ୍ରଟି ଅତି ନିରଳା ଓ ଶୃଙ୍ଖଳା ବିଶିଷ୍ଟ ଗ୍ରାଉଣ୍ଡ ଫ୍ଲୋର ଠାରୁ ଥାର୍ଡ ଫ୍ଲୋର ପର୍ୟ୍ୟନ୍ତ ୩୦ଟି ରୁମରେ ପ୍ରାୟ ୭୧୨ ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇଛନ୍ତି । କେନ୍ଦ୍ର ସରକାର ନୀଟ୍ ଗୋଟିଏ ଦେଶର ବଡ଼ ପରୀକ୍ଷା ଜାଣି ଚଳିତ ବର୍ଷ ପୂର୍ବରୁ ଯେଉଁ ତୃଟି ଦେଖାଯାଇଥିଲା, ସେମିତି ପୁଣିଥରେ ଯେପରି ତୃଟି ଦେଖା ନଯିବ ତାପ୍ରତି ଦୃଷ୍ଟି ରଖି ବର୍ତ୍ତମାନ ଦେଶର ପ୍ରତ୍ୟେକ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା ଜିଲ୍ଲାପାଳମାନଙ୍କୁ ସଠିକ୍ ଭାବେ ପରିଚାଳନା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଫଳରେ ପ୍ରାୟ ବ୍ଲୋକରୁ ସରକାରୀ ବସ୍ ଦ୍ଵାରା ନୀଟ୍ ପରିକ୍ଷାର୍ଥୀ ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବାର ସୁବିଧା କରାଯାଇଛି ଓ ପିଁବାପାଣିର ବନ୍ଦବସ୍ତ ଓ ପରିକ୍ଷାର୍ଥୀଙ୍କ ପାଇଁ ୧୫ ମିନିଟ୍ ସମୟ ବୃଦ୍ଧି କରାଯାଇଛି । ଏହି ସମସ୍ତ ସୁବିଧା ସରକାର କରିଥିବାରୁ ଶିକ୍ଷାର୍ଥୀ ଓ ଜନସାଧାରଣ ବହୁ ପ୍ରଶଂସା ମୋହନ ମାଝୀ ସରକାଙ୍କୁ କରିଛନ୍ତି କିନ୍ତୁ ବର୍ତ୍ତମାନ ଫର୍ମ ଫିଲପ୍ ଖର୍ଚ୍ଚ ହୋଇଥିବା ଟଙ୍କା କେବେ ଫେରି ପାଇବେ ଆଶାୟୀ ଅପେକ୍ଷାରେ ରହିଛନ୍ତି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା କୋରାପୁଟର ପୋଲିସ ପ୍ରଶାସନ ବହୁ ଶୃଙ୍ଖଳା ସହ ପରିକ୍ଷାର୍ଥୀମାନଙ୍କୁ ଯାଞ୍ଚ୍ କରି ପରୀକ୍ଷା ହଲ୍ କୁ ପ୍ରବେଶ କରାଇଛନ୍ତି। ରୋଲ ନଂ ୩୬୧୧୧୦୧୦୦୧ – ୩୬୧୧୧୦୧୭୧୨ ପରୀକ୍ଷାର୍ଥୀ ଶୃଙ୍ଖଳା ସହ ଉପରାହ୍ନ ୧:୦୦ ଘଣ୍ଟିକାରେ ରିପୋର୍ଟିଙ୍ଗ,୧:୩୦ ମିନିଟରେ ଗେଟ କ୍ଲୋଜିଂ ଏବଂ ୨:୦୦ ଘଣ୍ଟା ରୁ ସନ୍ଧ୍ୟା ୫:୧୫ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି । ବହୁ ଖୁସିର ସହ ରି ନୀଟ୍ ପରୀକ୍ଷା ସମାପ୍ତ ହୋଇଛି,ଏବେ ଦେଖିବାର ବାକି ଅଛି କେତେ ଜଣ ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷାରେ କୃତକାର୍ଯ୍ୟ ଲାଭ କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.