ରାଜ୍ୟରେ ବ୍ରିଟିଶ ଅମଳର ୧୭ଟି ବ୍ରିଜ ରହିଛି: ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ବର: ଆଜି ବିଧାନସଭାରେ ଗୃହର ପୂର୍ବତନ ସଦସ୍ୟ ରାସମଞ୍ଜରୀ ଦେବୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସମର୍ଥନ କରିଥିଲେ।

ଆଜି ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତରରେ ପୂର୍ତ୍ତ ଓ ଗୃହନିର୍ମାଣ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ରାଜ୍ୟରେ ବ୍ରିଟିଶ ଅମଳର ୧୭ଟି ବ୍ରିଜ ରହିଛି। ସେଗୁଡ଼ିକରେ ଏବେ ପ୍ରାୟତଃ ଲୋକେ ଚଳପ୍ରଚଳ କରୁ ନାହାନ୍ତି। ସେଗୁଡ଼ିକୁ ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବାକୁ ନିର୍ମାଣ ବିଭାଗ କାମ କରୁଛି। ସେହିପରି ରାଜ୍ୟରେ ୨୫୮ ଟି ୩୦ ବର୍ଷର ପୁରୁଣା ବ୍ରିଜ ରହିଛି। ସେନେଇ ନିରାପତ୍ତା ଉପରେ ଅନୁଧ୍ୟାନ କରୁଛି ବିଭାଗ।

Comments are closed.