ରବୀନ୍ଦ୍ର ଜେନାଙ୍କ ଜନ୍ମଦିନରେ ଯୁବନେତା ସିମନଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର : ସଂଗୃହୀତ ହେଲା ୫୦ ୟୁନିଟ୍ ରକ୍ତ

0
ବାଲେଶ୍ୱର, ଅଗଷ୍ଟ ୪ (କୃଷ୍ଣ କୁମାର ମହାନ୍ତି): ପ୍ରବଳ ବନ୍ୟା ପରିସ୍ଥିତି ଯୋଗୁଁ ଜିଲ୍ଲାର ବିଭିନ୍ନ ରକ୍ତଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ଉଦ୍ଦେଶ୍ୟରେ ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଜନ୍ମଦିନ ଅବସରରେ ମଙ୍ଗଳବାର ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଯୁବନେତା ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରୁ ମୋଟ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ। ସେ କହିଥିଲେ ଯେ, ରକ୍ତଦାନ ଏକ ମହତ୍ କାର୍ଯ୍ୟ ଏବଂ ସଙ୍କଟ ସମୟରେ ଏହା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ। ବନ୍ୟା ପରିସ୍ଥିତିରେ ରକ୍ତର ଚାହିଦା ବୃଦ୍ଧି ପାଉଥିବାବେଳେ ଏଭଳି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆବଶ୍ୟକତା ଅଧିକ ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଆଲୋକ ସାହୁ, ଗଣେଶ ମହାପାତ୍ର, ସୂର୍ଯ୍ୟକାନ୍ତ କର, ଭାଗବତ ସାହୁ, ଅଜୟ ସାମଲ, ସାହିରୁଲ ହକ, ଶାନ୍ତନୁ ଦାସ, ଶକ୍ତିପଦ ରାୟ, ଅସିତ ଦାସ, ବିକାଶ ପାଢ଼ୀ, ଆଶ୍ରିତା ତରେଇ, ହେମନ୍ତ ମହାନ୍ତି, ସୌଭାଗ୍ୟ ମାନସ ନାୟକ, ଉମେଶ ବେହେରା, ଶ୍ରୀମନ୍ତ ମାଝୀ, ଦିଲଦାର ହୁସେନ ଏବଂ ପ୍ରାଣକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଶିବିର ପରିଚାଳନା ଓ ସଫଳ ଆୟୋଜନରେ ସୁଶୀଲ ପଣ୍ଡା, ଭବାନୀ ମହାନ୍ତି, ପ୍ରିୟଦର୍ଶନ କବି, କିରଣ ନାଥ, ଜୀବନ ସଂଗ୍ରାମ ମିଶ୍ର, ରାହୁଲ ନାୟକ, ଗଜେନ୍ଦ୍ର ନାୟକ, ନରୋତ୍ତମ ଦାସ, ଅରୁଣ କୁମାର ଦାସ ଏବଂ ଜଗନ୍ନାଥ ଦାସ ପ୍ରମୁଖ ସହଯୋଗ କରିଥିଲେ।
ଉପସ୍ଥିତ ଅତିଥି ଓ ସ୍ୱେଚ୍ଛାସେବୀମାନେ କହିଥିଲେ ଯେ, ରକ୍ତଦାନ ହେଉଛି ସର୍ବୋତ୍ତମ ଦାନ। ବନ୍ୟା ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦୂର କରିବା ଦିଗରେ ଏହି ପଦକ୍ଷେପ ନିଶ୍ଚିତ ଭାବେ ସହାୟକ ହେବ। ଶିବିରର ସଫଳ ଆୟୋଜନ ପାଇଁ ଯୁବନେତା ସିମନ ଦାସ ମହାପାତ୍ରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
Leave A Reply

Your email address will not be published.