ଭୁବନେଶ୍ବର : ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ବିଜେପି ନେତା ଓ କର୍ମୀଙ୍କୁ ଦେଲେ ଗୁରୁ ମନ୍ତ୍ର। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଛି କୋର୍ କମିଟି ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତଙ୍କ ସହ କୋର୍ କମିଟି ସଦସ୍ୟ ଏଥିରେ ଉପସ୍ଥିତ ରହିଛନ୍ତି।

ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳିବା ପରେ ନିତିନ ନବୀନଙ୍କ ଏହା ପ୍ରଥମ ଗସ୍ତ। ତେଣୁ ଆଜିର ବୈଠକ ବେଶ୍ ଗୁରୁତ୍ବବହନ କରୁଛି। ନୂଆ ଅଧ୍ୟକ୍ଷ, ନୂଆ ଟାସ୍କ ଦେବେ, ପୂର୍ବରୁ ଦିଆଯାଇଥିବା ଟାସ୍କର ସମୀକ୍ଷା ବି କରିବେ। ଆସନ୍ତା ବର୍ଷ ପଞ୍ଚାୟତ ଓ ପରେ ପରେ ପୌର ନିର୍ବାଚନ, ସେଥିପାଇଁ ସଂଗଠନକୁ ମଜବୁତ କରିବା ଓ ଅଧିକରୁ ଅଧିକ ଲୋକାଭିମୁଖି ହେବାକୁ ପ୍ରୟାସ କରାଯାଉଛି। ଏହାପରେ ଅପରାହ୍ନରେ ପୁଣି ପାର୍ଟି ଅଫିସ୍ ରେ ରାଜ୍ୟ ପଦାଧିକାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ସହ ଆଲୋଚନା କରିବେ।