ବାଲେଶ୍ଵର, ୨୯/୮(କୃଷ୍ଣ କୁମାର ମହାନ୍ତି): ନିକଟରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ବାଲେଶ୍ଵର ଟାଉନ କମିଟି ଘୋଷଣା କରିଛନ୍ତି। ଏଥିରେ ୪ ଜଣ ଉପସଭାପତି, ଜଣେ ସାଧାରଣ ସମ୍ପାଦକ, ୬ ଜଣ ସମ୍ପାଦକ ଏବଂ ଜଣଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି।
କମିଟିର ଉପସଭାପତି ଭାବେ ସଞ୍ଜୟ ବେହେରା, ସେକ ଅନସର ଅଲ୍ଲୀ, ଅତୁଲ ଶତପଥୀ, ରମେଶ ଚନ୍ଦ୍ର ମାଝୀ, ସାଧାରଣ ସମ୍ପାଦକ ଭାବେ ସୁବୋଧ ମହାନ୍ତି, ସମ୍ପାଦକ ଭାବେ ନଳିନୀ ରଞ୍ଜନ ଦାସ, ଅବଦୁଲ ସାକୀର ଖାନ, ଶଶୀରେଖା ମହାନ୍ତି, ସାକୀର ମହମ୍ମଦ, କବିତା ମୁର୍ମୁ, କାର୍ତ୍ତିକ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ରୀତିକ ଜୀ ପ୍ରମୁଖ ସ୍ଥାନ ପାଇଛନ୍ତି।
ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଟାଉନ ସଭାପତି ମନୋଜ କୁମାର ରାଉତ ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦଳକୁ ଅଧିକ ସଶକ୍ତ କରିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି | ଏଥିସହ ବିଜେଡି ମୁଖିଆ ଶ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ବାଲେଶ୍ଵର ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଂସଦ ପ୍ରାର୍ଥୀନୀ ଡ. ଲେଖାଶ୍ରୀ ସାମନ୍ତସିଂହାର, ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଏବଂ ସ୍ୱରୂପ କୁମାର ଦାସଙ୍କୁ ମଧ୍ୟ ସେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
Comments are closed.