ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

ନୂଆଦିଲ୍ଲୀ: ଭାରତର କୃଷି କ୍ଷେତ୍ର ଜାତୀୟ ଆୟରେ 19.73% ଯୋଗଦାନ ଦେଉଛି। ଏଥିରେ ଦେଶର ମୋଟ୍‌ ଶ୍ରମଶକ୍ତିର 46% ଶ୍ରମିକ ନିୟୋଜିତ ରହିଛନ୍ତି ଏବଂ ଏମାନଙ୍କ ମଧ୍ୟରୁ 64% ମହିଳା। ସମାବେଶୀ ବିକାଶ ସୁନିଶ୍ଚିତ କରିବା ଏବଂ ସବକା ବିକାଶର ଲକ୍ଷ୍ୟକୁ ସାକାର କରିବାରେ କୃଷି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଫେସର ରମେଶ ଚନ୍ଦଙ୍କ ଦ୍ୱାରା ଲିଖିତ ନୀତି ଆୟୋଗର ସଦ୍ୟତମ ରିପୋର୍ଟରେ କୁହାଯାଇଛି। ଦେଶବାସୀଙ୍କ ଆକାଂକ୍ଷାକୁ ପୂରଣ କରିବା ଏବଂ ଆର୍ଥିକ ମହାଶକ୍ତିରେ ପରିଣତ ହେବା ସହିତ ଦେଶ ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି।

ନୀତି ଆୟୋଗର ରିପୋର୍ଟ ମୁତାବକ 2014–15 ମସିହା ପରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଜିଭିଏ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । 2015–16 ରୁ 2024–25 ମଧ୍ୟରେ କୃଷି କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ଐତିହାସିକ ସର୍ବୋଚ୍ଚ ସ୍ତର 4.45 ପ୍ରତିଶତ ରହିଛି । ଏହା ପ୍ରମୁଖ କୃଷି ପ୍ରାଧାନ୍ୟ ଦେଶଗୁଡ଼ିକ ମଧ୍ୟରେ ସର୍ବାଧିକ। ଭାରତର କୃଷି ଅଭିବୃଦ୍ଧି 2015–2024 ମଧ୍ୟରେ 4.42% ରହିଛି ଯାହା ଚୀନର 4.10 ପ୍ରତିଶତକୁ ଅତିକ୍ରମ କରିଛି। 2015–16 ରୁ 2024–25 ମଧ୍ୟରେ କୌଣସି ଗୋଟିଏ ବର୍ଷ କୃଷି ଆୟ ନକାରାତ୍ମକ ସ୍ତରକୁ ଯାଇନାହିଁ। ଏପରିକି କୋଭିଡ୍‌ ମହାମାରୀ କୃଷି କ୍ଷେତ୍ରକୁ ପ୍ରଭାବିତ କରିପାରିନାହିଁ।

Comments are closed.