କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ବିଶ୍ୱଶାନ୍ତି ହୋମଯଜ୍ଞ ଆୟୋଜିତ

ଗଂଜାମ : ଗତ ୨୭ ନଭେମ୍ବର ୨୦୨୩ ତାରିଖ ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ଗଂଜାମ ଜିଲ୍ଲାର ଦିଗପହଣ୍ଡି ନିକଟସ୍ଥ ପଦ୍ମନାଭପୁର ଗ୍ରାମରେ ଅବସ୍ଥିତ ଶ୍ରୀ ପଦ୍ମନାଭ ଗୋଶାଳାରେ ଏକ “ବିଶ୍ୱଶାନ୍ତି ହୋମଯଜ୍ଞ” ଆୟୋଜିତ ହୋଇଥିଲା।

ଏହା ସକାଳ ୧୦ ଘଟିକାରେ ବୈଦିକ ମନ୍ତ୍ର ଏବଂ କୀର୍ତ୍ତନ ମାଧ୍ୟମରେ ଆରମ୍ଭ ହୋଇଥିଲା। ଶ୍ରୀ ଲଷ୍ମୀନାରାୟଣ ମହାରଣା, ଶ୍ରୀ ରାମହରି ପଟ୍ଟନାୟକ ଏବଂ ଶ୍ରୀ ଗୌତମ କୁମାର ବାଡ଼ତ୍ୟା (ଗାୟତ୍ରୀ ପରିବାର) ସାମହିକ ପୁରୋହିତ ଭାବେ ଯଜ୍ଞ କାଯ୍ୟ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ପଦ୍ମନାଭ ଗୋଶାଳାର କାଯ୍ୟକର୍ତାମାନେ ସମ୍ପୂର୍ଣ୍ଣ ଯଜ୍ଞ କାଯ୍ୟର ବ୍ୟବସ୍ଥା ସମ୍ପାଦନା କରିଥିଲେ ଏବଂ ପଦ୍ମନାଭପୁରର ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ହୃଦୟ ସହିତ ଅଂଶଗ୍ରହଣ କରିଥିଲେ | ପୂର୍ବାହ୍ନ 3 ଘଟିକାରେ ଏହା ପୂର୍ଣ୍ଣାହୁତି ଏବଂ ମହାପ୍ରସାଦ ସହିତ ସମାପ୍ତ ହୋଇଥିଲା |

ଏହି ଅବସରରେ ଶ୍ରୀ ମନୋଜ ଦାସ ,ସାଧାରଣ ସମ୍ପାଦକ, ଆନନ୍ଦମ ଫାଉଣ୍ଡେସନ ଉପସ୍ଥିତ ଲୋକମାନଙ୍କୁ ଯଜ୍ଞର ମହତ୍ତ୍ୱ ଏବଂ ଗୋମାତାର ମାହାତ୍ମ୍ୟ ବିଷୟରେ ମାର୍ଗଦର୍ଶନ କରିଥିଲେ। ଶ୍ରୀ ତୁଷାର ବେହେରା,ସଭାପତି-ପଦ୍ମନାଭ ଗୋଶାଳା, ଶ୍ରୀ ରୁନା ମହାରଣା,ସମ୍ପାଦକ-ପଦ୍ମନାଭ ଗୋଶାଳାଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.