ବଜେଟ୍‌କୁ ବିରୋଧୀଙ୍କ ସମାଲୋଚନା

କଂଗ୍ରେସ, ସପା ନେତା କହିଲେ ଆମକୁ କିଛି ମିଳିଲା ନାହିଁ

ନୂଆଦିଲ୍ଲୀ : ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୬-୨ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ । ସ୍ୱାସ୍ଥ୍ୟ, କ୍ରୀଡ଼ା, ଚାଷୀ, ଶିକ୍ଷା ସବୁ ସେକ୍ଟର ପାଇଁ ବଜେଟରେ ବଡ଼ ଘୋଷଣା ହୋଇଛି । ଏହାରୁ ବିରୋଧୀ ହଜମ କରିପାରିନାହନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କଠୁ ନେଇ ସପା ସାଂସଦ ଅଖିଳେଶ ଯାଦବଙ୍କ ଯାଏ ବଜେଟରେ କିଛି ନଥିବା କହିଛନ୍ତି । ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ । ପ୍ରିୟଙ୍କା ଗାନ୍ଧୀଙ୍କଠୁ ନେଇ ଶଶି ଥରରୁଙ୍କ ସମେତ ଅନ୍ୟ ନେତା ବଜେଟକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଆମକୁ ବହୁତ କମ୍ ବିବରଣୀ ମିଳିଲା । ୩-୪ଟି ମୁଖ୍ୟ ଖବର ଥିଲା, କିନ୍ତୁ ଆମେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପାଇଁ ଅପେକ୍ଷା କରିଥିଲୁ। ଏହା କେଉଁଠି ? ଆମେ କେରଳରେ ଏହା ଚାହୁଁଥିଲୁ । ଆମର ଆୟୁର୍ବେଦର ଏକ ଦୀର୍ଘ ପରମ୍ପରା ରହିଛି । କିନ୍ତୁ ଆମେ କେରଳର ନାମ ଶୁଣିଲୁ ନାହିଁ । ଆମେ ମତ୍ସ୍ୟଜୀବୀ ଏବଂ ନଡ଼ିଆର ନାମ ଶୁଣିଲୁ – ତାହା କେରଳ ହୋଇପାରେ କିନ୍ତୁ ଯେତେବେଳେ ସେମାନେ ଜାହାଜ ମରାମତି ବିଷୟରେ କଥା ହେଲେ, ସେମାନେ ବାରାଣସୀ ଏବଂ ପାଟନା ନାମ ଉଲ୍ଲେଖ କଲେ କିନ୍ତୁ କେରଳ ନୁହେଁ । ଏହା ଟିକେ ଆଶ୍ଚର୍ଯ୍ୟଜନକ । ହୁଏତ ବଜେଟ ଡକ୍ୟୁମେଣ୍ଟରେ ଅଧିକ ବିବରଣୀ ଅଛି । ମୁଁ ଏପର୍ଯ୍ୟନ୍ତ ଏହାକୁ ପଢ଼ି ନାହିଁ । ଭାଷଣରେ ବହୁତ କମ୍ ବିବରଣୀ ଥିଲା। “

Comments are closed.