ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ଉତ୍ପାଦନ ପଦ୍ଧତି ସଂପର୍କିତ କର୍ମଶାଳା

ଭୁ‌ବନେଶ୍ବର: ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଆନୁକୁଲ୍ୟରେ ଇସ୍ପାତ ଉତ୍ପାଦନ ପଦ୍ଧତି ସଂପର୍କିତ ଦ୍ୱିତୀୟ କର୍ମଶାଳା ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି। ଏହି କର୍ମଶାଳାରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ନଗେନ୍ଦ୍ର ନାଥ ସିହ୍ନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗ୍ରାଉଣ୍ଡ ଫିଲ୍ଡ ପ୍ରକଳ୍ପ ମୁଖ୍ୟ ଅରୁଣ ରଥ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।

ଏହି କର୍ମଶାଳାରେ ଗଣେଶ ଇନଷ୍ଟିଚ୍ୟୁ ଆଣ୍ଡ ଇଞ୍ଜନିୟରିଂ ଟେକ୍ନୋଲୋଜି, ଭୁବନେଶ୍ୱରର ଅଧ୍ୟାପକ ଓ ଛାତ୍ରମାନେ ଯୋଗଦେଇଥିଲେ। ପ୍ରଫେସର ସୁରେଶ ଚନ୍ଦ୍ର ପଟ୍ଟନାୟକ ଇସ୍ପାତ୍ ଉତ୍ପାଦନ ପଦ୍ଧତି ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରୀତମ୍ ପୁରକାୟସ୍ତ ସ୍ଵାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ।  କର୍ମଶାଳାର ଦ୍ୱିତୀୟ ଦିବସରେ ପ୍ରଶିକ୍ଷାର୍ଥୀମାନଙ୍କର କଳିଙ୍ଗନଗର ଯାଜପୁରସ୍ଥିତ ଟାଟାଷ୍ଟିଲ ପ୍ଲାଣ୍ଟ ପରିଦର୍ଶନର ଆୟୋଜନ କରାଯାଇଅଛି।

Comments are closed.