ଓଡିଶାବାଲେଶ୍ୱର ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ By BB News Network On Oct 19, 2022 Share ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋସବ ସୁରଭି କାର୍ଯ୍ୟକ୍ରମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଖନପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୧୬ଟି ବିଦ୍ୟାଳୟ ସାମିଲ ହୋଇଥିଲେ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭା ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର ପ୍ରଭୃତି ପ୍ରଦର୍ଶିତ କରି ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଚାର ପତି ଭାବରେ ରଘୁନାଥ ଦାସ, ଅନିମା ରାଉତ, ଭରତ ନାୟକ ଆସନ ଅଳଂକୃତ କରିଥିବା ବେଳେ ସରପଞ୍ଚ ସରୋଜିନୀ ଦାସ, ସମିତି ସଭ୍ୟ ରବୀନ୍ଦ୍ର କୁମାର ସେଠୀ, ମାଖନପୁର ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବେହେରା, ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସୁଶାନ୍ତ ମହାପାତ୍ର, ଏସ ଏମ ସିର ସଭାପତି ରତ୍ନାକର ଦାସ ଉପସ୍ଥିତ ଥିଲେ । ଶିକ୍ଷକ ଲିଙ୍ଗରାଜ ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର କବି, ପିତାମ୍ବର ଦାସ, କରୁଣା କର ଶିଅଳ, ଯୁଧିଷ୍ଠିର ମହାରଣା, ଶ୍ରୀକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ରବୀନ୍ଦ୍ର କୁମାର ସିଅଳ, ଲଷ୍ମୀକାନ୍ତ ବେହେରା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ରାଧା ରସିକ ମୋହନ ବିଦ୍ୟାଳୟର ଛାତ୍ରୀ ମାନେ । ଶେଷରେ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।। Share FacebookTwitterGoogle+ReddItWhatsAppPinterestEmail
ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋସବ ସୁରଭି କାର୍ଯ୍ୟକ୍ରମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଖନପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୧୬ଟି ବିଦ୍ୟାଳୟ ସାମିଲ ହୋଇଥିଲେ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭା ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର ପ୍ରଭୃତି ପ୍ରଦର୍ଶିତ କରି ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଚାର ପତି ଭାବରେ ରଘୁନାଥ ଦାସ, ଅନିମା ରାଉତ, ଭରତ ନାୟକ ଆସନ ଅଳଂକୃତ କରିଥିବା ବେଳେ ସରପଞ୍ଚ ସରୋଜିନୀ ଦାସ, ସମିତି ସଭ୍ୟ ରବୀନ୍ଦ୍ର କୁମାର ସେଠୀ, ମାଖନପୁର ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବେହେରା, ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସୁଶାନ୍ତ ମହାପାତ୍ର, ଏସ ଏମ ସିର ସଭାପତି ରତ୍ନାକର ଦାସ ଉପସ୍ଥିତ ଥିଲେ । ଶିକ୍ଷକ ଲିଙ୍ଗରାଜ ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର କବି, ପିତାମ୍ବର ଦାସ, କରୁଣା କର ଶିଅଳ, ଯୁଧିଷ୍ଠିର ମହାରଣା, ଶ୍ରୀକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ରବୀନ୍ଦ୍ର କୁମାର ସିଅଳ, ଲଷ୍ମୀକାନ୍ତ ବେହେରା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ରାଧା ରସିକ ମୋହନ ବିଦ୍ୟାଳୟର ଛାତ୍ରୀ ମାନେ । ଶେଷରେ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।।
Comments are closed.