ପ୍ରଞାପୁରୁଷ ଜନନେତା ଧୂରୀଣ ସମାଜ ସେବୀ କାଳନ୍ଦୀ ଦାସ ଦେହାବସାନ ।

ପ୍ରଞାପୁରୁଷ ମହାନ ଜନନେତା ଧୂରୀଣ ସମାଜ ସେବୀ ଜଗତସିଂହପୁର ଜିଲ୍ଲାର ଆଲୋକ ବର୍ତ୍ତିକା କାଳନ୍ଦୀ ଦାସ ଆଉ ନାହାନ୍ତି ବିଶ୍ଵାସ ଆସୁନି।ଗତ ୧୬ତାରିଖ ରବିବାର ସଂଧ୍ୟାରେ ତାଙ୍କର ଦେହାବସାନ ହୋଇଥିଲା। ତାଙ୍କୁ ୮୦ ବର୍ଷ ବୟସ ହୋଇ ଥିଲା।ସେ ୧୯୪୩ ଏପ୍ରିଲ ୧୪ ରେ ଜନ୍ମ ହୋଇଥିଲେ।ଏକ ଜମିଦାରୀ ପରିବାରରେ ସେ ବାଲ୍ୟ ଜୀବନ ବହୁ ବିଳାସରେ କାଟିଥିଲେ। ପଢୁଥିବା ସମୟରେ ସେ ହଠାତ୍ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଉତ୍କଳ କଂଗ୍ରେସରେ ଯୋଗ ଦେଲେ।ଶରତ କୁମାର କର କଟକ ଜିଲ୍ଲା ସଭାପତି ଓ କାଳନ୍ଦୀ ଦାସ ସଂପାଦକ ହେଲେ। ଓଡ଼ିଶାରେ ଶିକ୍ଷା ବିସ୍ତାର ପାଇଁ ବିଜୁବାବୁ ଡାକରାଦେଲେ। ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ନିଜ ଜମି ଦାନ କରି କାଳୀ ଦାସ ମ ଇ ସ୍କୁଲ ପ୍ରତିଷ୍ଠା କଲେ। ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଶରତ କୁମାର କର ସ୍କୁଲ ମଞ୍ଜୁର ଦେଲେ। ଏହା ପରେ ସେ ରାଜନୀତି ଓ ସମାଜସେବାରେ ତମାମ ଜୀବନ କାଟିଦେଲେ। ପରବର୍ତ୍ତୀ କାଳରେ ସେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ସେଗୁଡିକ ମଧ୍ୟରେ ବାସୁଦେବ ଵାଳିକା ହା ଇ ସ୍କୁଲ, ଘୋଡାଶ, ଶ୍ରୀ ଜଗନ୍ନାଥ ହାଇ ସ୍କୁଲ, ମୁଗେଇ, ରାମକୃଷ୍ଣ ଶିକ୍ଷା କେନ୍ଦ୍ର, ଭୁବନେଶ୍ବର, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଭୁବନେଶ୍ବର, ସୀତା ନାଥ ହାଇ ସ୍କୁଲ ଭୁବନେଶ୍ୱର ଏବଂ ବିଜୁପଟ୍ଟନାୟକ କଲେଜ, ଭୁବନେଶ୍ବର ର ଜି ବି ମେମ୍ବର ସହ ନାଉଗାଁ କଲେଜ ପ୍ରତିଷ୍ଠାରେ ଭୂମିକା ନିର୍ବାହ କରିଥିଲେ। ଏହାଛଡା ଅନେକ ଧର୍ମାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନା ରେ ସେ ସଂପୃକ୍ତ ଥିଲେ। ମଧୁବାଵାଙ୍କ ମଠ, ମୁଗେଇ,ବେଲଵଣ ମଠ, ଗୋପାଳପୁର,ଗାଦି ଗୋସାଇଁ, ମୁଗେଇ ହରିଶପୁର, ପୁଟହାଡ ଆଶ୍ରମ, ଖଣ୍ଡ ଗିରିଆଶ୍ରମ, ଖଣ୍ଡ ଗିରି, ଅଚ୍ୟୁତାନନ୍ଦ ପୀଠ, ମୁଗେଇ, ଇଚ୍ଛାପୁର ମଠ, ଜଗନ୍ନାଥ ମନ୍ଦିର, ବିଡାନାସୀ କଟକ ଆଦି ପ୍ରଧାନ। ବହୁ ଜନ ମଂଗଳ କାର୍ଯ୍ୟ ମଧ୍ୟରେ ବ୍ଲକ ପଞ୍ଚାୟତ ସମିତି ଅଫିସ୍, ଘୋଡାଶ ପୋଷ୍ଟ ଅଫିସ ଓ ଘୋଡାଶ ପଞ୍ଚାୟତ ଅଫିସ୍, ବାପୁଜୀ କ୍ଳବ୍, ମୁଗେଇ ଆଦି ପ୍ରତିଷ୍ଠା ରେ ଅବଦାନ ରହିଥିଲା। ବହୁ ଦଳୀୟ ରାଜନେତା ମାନଙ୍କ ସହ ସମ୍ପର୍କ ଘନିଷ୍ଠ ଥିଲା। ରବି ରାୟ, ପ୍ରତାପ ମହାନ୍ତି, ପହଲି ମଲ୍ଲିକ, ଶ୍ରୀ କାନ୍ତ ପଣ୍ଡା, ତ୍ରିଲୋଚନ କନନୁଗୋ, ନରେନ୍ଦ୍ର ପଣ୍ଡା, ଉମେଶ ସ୍ବାଇଁ, ନିଶାମଣି ଖୁଣ୍ଟିଆ, ଦୋଳଗୋବିନ୍ଦ ନାୟକ, ନରେନ୍ଦ୍ର ସ୍ବାଇଁ, ଦାମ ରାଉତ, ସଂଗ୍ରାମ ମହାପାତ୍ର, ଲଳିତ ଲେଙ୍କା ଏପରି ଅନେକ।ସେ ନିଜ ଶିକ୍ଷା ଗୁରୁ ବୈକୁଣ୍ଠ ଆଚାର୍ଯ୍ୟ, ରାଜକିଶୋର ମହାନ୍ତି, ମହେଶ୍ୱର ଆଚାର୍ଯ୍ୟ, ବଳରାମ ଦାଶ ଆଦି ମାନଙ୍କ ଆଶୀର୍ବାଦ ପାଇଥିଲେ।ସେ ଜଗତସିଂହପୁର ତଥା ନାଉଗାଁ ଅଞ୍ଚଳରେ ଘରେ ଘରେ ପରିଚିତ ଥିଲେ। ଜୀବନ ଶେଷ ମୂହୁର୍ତ୍ତ ଯାଏଁ ସେ ଚଳଚଞ୍ଚଳ ଓ କର୍ମ ତତ୍ପରେ ଥିଲେ।ସେ ଘୋଡାଶ ପଞ୍ଚାୟତ ସରପଞ୍ଚ ଥିଲେ। ତାଙ୍କ ଦେହାବସାନ ରେ ଏକ ସମାଜସେବା ଯୁଗର ଅବସାନ ଘଟିଲା। ତାଙ୍କ ସ୍ଥାନ ଆଉ ପୁରଣ ହୋଇପାରିବ କି ନାହିଁ ସମୟ କହିବ। ଅନୁଭୂତିରୁ ଆଡଭୋକେଟ ଦୁଃଖି ଶ୍ୟାମ ଦାସ , ଓଡ଼ିଶା ହାଇକୋର୍ଟ,‌ମୁଗେଇ, ଜଗତସିଂହପୁର।

Comments are closed.