ଭୁବନେଶ୍ୱର(ବିବି ନ୍ୟୁଜ୍): ବରିଷ୍ଠ ଶ୍ରମିକ ନେତା ବିଦ୍ୟାଧର ବାରିକ ଥିଲେ ଶ୍ରମିକମାନଙ୍କର ଅଦ୍ୱିତୀୟ ନେତା । ବିପ୍ଳବୀ ଭାବରେ ସେ ନିଜ ଜୀବନକୁ ଜୀଇଁ ଥିଲେ । ଶ୍ରମିକମାନଙ୍କ ପାଇଁ ନିଜ ଜୀବନକୁ ତ୍ୟାଗ କରିଦେଇଥିଲେ ବୋଲି ବିଦ୍ୟାଧର ବାରିକଙ୍କ ଚତୁର୍ଥ ସ୍ମୃତି ସମାରୋହରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟାଧର ବାରିକ ମେମୋରିଆଲ ଟ୍ରଷ୍ଟ ରୋଟାରି ଭବନରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼ାଇ, କର୍ପୋରେଟର ରାଜକିଶୋର ଦାସ, ବିଶିଷ୍ଟ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ଓଡ଼ିଶା ସମାଜସେବୀ ମହାସଂଘର ଆବାହକ ଶ୍ରୀପତି ଆଚାର୍ଯ୍ୟ, ଯାଦବ ମହାସଂଘର ଜାତୀୟ ସାଧାରଣ ସଂପାଦକ ପ୍ରଫୁଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପୁସ୍ତକ ‘ହୃଦୟର ବନ୍ଧୁ ବିଦ୍ୟାଧର’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସଭା ପ୍ରାରମ୍ଭରେ ଗୋଧୂଳି ସାହିତ୍ୟ ସଂସଦ ପକ୍ଷରୁ ବିମଳା ସିଂଙ୍କ ଅଧ୍ୟକ୍ଷତାରେ କବିତା ଆସର ଆୟୋଜନ କରଯାଇଥିଲା । ଟ୍ରଷ୍ଟର ଆବାହକ ମନୋଜ ବାରିକ ସ୍ୱାଗତଭାଷଣ ଦେଇଥିବା ବେଳେ ଟ୍ରଷ୍ଟି ନୀନା ବାରିକ ଏବଂ ମୋନାଲିସା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.