ଭୁବନେଶ୍ବର: ଆଜି ପୁଣି ବିଧାନସଭାରେ ଉଠିଲା ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ। ପ୍ରଶ୍ନକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ଦାବି କରିଥିଲେ, ହେଲେ ସେଥିଲାଗି ବାଚସ୍ପତି ଅନୁମତି ଦେଇ ନ ଥିଲେ। ଏହାପରେ ଗୃହମଧ୍ୟକୁ ଆସି ସେମାନେ ନାରାବାଜି ସହ ହୋହଲ୍ଲା କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ବାଧ୍ୟ ହୋଇ ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।
Sign in
Sign in
Recover your password.
A password will be e-mailed to you.
Comments are closed.