ପରୀକ୍ଷାର୍ଥୀଙ୍କ ପ୍ରତି ବିଶ୍ୱାସଘାତକତା:ନବୀନ

ଭୁବନେଶ୍ଵର : ନିଟ୍ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ସାରା ଦେଶରେ ଝଡ ସୃଷ୍ଟି  ହୋଇଛି। ପ୍ରଶ୍ନପତ୍ର ଲିକ ଯୋଗୁ ବାତିଲ ହୋଇ ଯାଇଛି ନିଟ ୟୁଜି ୨୦୨୬ ପରୀକ୍ଷା। ମେ’ ୩ରେ ୨୨ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ। ଲିକ୍ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ତାଙ୍କ ଏକ୍ସ ହ୍ୟାଣ୍ତଲରେ କହିଛନ୍ତି ଯେ,ପରୀକ୍ଷା ବ୍ୟବସ୍ଥାର ସ୍ବଚ୍ଛତା ନେଇ ପିଲାମାନଙ୍କ ବିଶ୍ବାସକୁ କମ୍‌ କରୁଛି । କେବଳ ଅବହେଳା ନୁହେଁ, ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ନବୀନ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପ୍ରଥମ ଥର ନୁହେଁ, ପୂର୍ବରୁ ବି ହୋଇଛି । ଏହି ଲିକ୍ ପରିଶ୍ରମୀ ପରୀକ୍ଷାର୍ଥୀ ଯେଉଁମାନ ରାତାରାତି ଅନିଦ୍ରା ରହି ପାଠ ପଢୁଥିଲେ ସେମାନଙ୍କ ଭବିଷ୍ୟତକୁ ବିପଦରେ ପକାଉଛି । ଏକ ରାଷ୍ଟ୍ର ଭାବରେ, ଆମେ ଆମର ଯୁବପିଢ଼ିର ଭାଗ୍ୟ – ଭାରତର ଭବିଷ୍ୟତ ସହିତ ଜୁଆ ଖେଳିପାରିବା ନାହିଁ। ପରୀକ୍ଷା ପ୍ରକ୍ରିୟାରେ ସଚ୍ଚୋଟତା ପୁନଃସ୍ଥାପିତ କରିବାର ସମୟ ଆସିଛି। ଛାତ୍ରୀଛାତ୍ରଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯାଉ । ବ୍ୟବସ୍ଥା ପ୍ରତ୍ୟେକ ଛାତ୍ରଙ୍କୁ ଆଶ୍ୱସ୍ତ କରିବା ଉଚିତ ଯେ ସେମାନଙ୍କର ଝାଳ ଏବଂ ଦୃଢ଼ତାକୁ କେବେ ବି ଭୁଲ ଦ୍ୱାରା ଦୁର୍ବଳ କରାଯିବ ନାହିଁ ବୋଲି ନବୀନ କହିଛନ୍ତି।

Comments are closed.