ବଡ଼ବିଲ : ବଡ଼ବିଲ ର ଜିଲ୍ଲା ପ୍ରଥମ ପ୍ଲେ ସ୍କୁଲ ଦ୍ରୌପଦୀ ଦେବୀ ବାଲ ଭବନ ର ଉଣିଶି ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି ବଡ଼ବିଲ ସ୍ଥିତ ରୁଙ୍ଗଟା ଟାଉନ ହଲ ରେ ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ସ୍ଥାନୀୟ ତହସିଲ ଦାର ଶ୍ରୀ ଯୁକ୍ତ ରାକେଶ କୁମାର ପଣ୍ଡା ଓ ସେଣ୍ଟ ମେରୀ ବିଦ୍ୟାଳୟ ର ପ୍ରିନସିପାଲ ଡ଼କ୍ଟର ସିଷ୍ଟର ଯଶମରୀୟ ଓ ଯୋଡ଼ା ଅଧିକାରୀ କୁମାରୀ ସରିତା ବେହେରା ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଦିପ୍ତିମୟୀ ପତି, ଓର୍ଥୋଟିଷ୍ଟ ଓ ପ୍ରୋସ୍ଥେଟିଷ୍ଟ ସୁଦୂର ବୋକାର ରୁ ଆସିଥିଲେ ଶ୍ରୀ ଲାଲ ସୁଭେନ୍ଦ୍ର ସାହା ଦେଓ, ସ୍ଵତନ୍ତ୍ର ଶିକ୍ଷା ପରାମର୍ଶ ଦାତା ସୋୟାବାଲି ଜିନ୍ଦଲ ସ୍କୁଲ ର ପ୍ରିନସିପାଲ ଶ୍ରୀମତୀ ସଂଗୀତା ଦାସ ଓ ଶ୍ରୀ ମେଟାଲିକ କମ୍ପାନୀ ବଡ଼ବିଲ ର ମୁଖ୍ୟ ଅଧିକାରୀ ଶ୍ରୀ ରେବତି ରମଣ ଶର୍ମା ଯୋଗ ଦେଇ ଥିଲେ। ପ୍ରଥମେ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ପ୍ରଦୀପ ପ୍ରଯୋଳନ କରିଥିଲେ ତତ ପରେ ଦ୍ରୌପଦୀ ଦେବୀ ସାଂସ୍କୃତିକ ଅନୁଷ୍ଠାନ ର ପିଲାମାନେ ସ୍ୱାଗତ ନୃତ୍ୟ କରିବା ସହ ଦର୍ଶକ ମାନଙ୍କ ମନ ମୋହିଥିଲେ ଓ ପରେ ବାଲଭାବାନ ର ପ୍ରିନସିପାଲ ରିତୁ ଯାଲନ ବାର୍ଷିକ ବିବରଣୀ ପାଠ କରିବା ସହ ମଞ୍ଚରେ ଅତିଥି ମାନଙ୍କୁ ସ୍ୱାଗତ ସମ୍ବୋଧନ କରାଯାଇଥିଲା କୁନି କୁନି ପିଲା ମାନଙ୍କ ନୁର୍ତ୍ୟ ରେ ଦର୍ଶକ ଙ୍କ ମନକୁ ଝୁମଇଥିଲା। ଅପରେସନ ସିନ୍ଦୁର ନାଟକ ରେ ବସିଥିବା ଦର୍ଶକ ଙ୍କ ଆକ୍ଷି ରୁ ଲୁହ ଝରି ଯାଇଥିଲା ଓ ପରେ ପୁରସ୍କାର ବିତରଣ କରାଯାଇଥିଲା ତତ ପରେ ଦ୍ରୌପଦୀ ଦେବୀ ଭିନ୍ନ କ୍ଷମ ପିଲାମାନଙ୍କ କର୍ଯ୍ୟକର୍ମ ଆରମ୍ଭ ହବା ସହ ବିଦ୍ୟାଳୟ ର ଉପ ଅଦକ୍ଷ ପିୟୁଷ କୁମାର ଗିରି ବାର୍ଷିକ ବିବରଣୀ ପାଠ କରିବା ସହ ପିଲା ମାନଙ୍କ ଭଜନ ଓ ନୁର୍ତ୍ୟ ରେ ଦର୍ଶକ କଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ ଓ ପରେ ପୁରସ୍କାର ବିତରଣ କରାଯିବା ସହ ମଞ୍ଚ ପରିଚାଳନା କରିଥିଲେ ଆକଂଖ୍ୟା ପଣ୍ଡା,ଆରୁଷି କର୍ମକାର ଉଭୟ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.