କଟକ : ଚଳଚ୍ଚିତ୍ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ଘରେ ପ୍ରବେଶ ପାଇଁ ଶନିବାର ପୁରୀଘାଟ ଥାନା ପୁଲିସର ସହାୟତା ଲୋଡ଼ିଛନ୍ତି। ଏକ ମାସ ଭିତରେ ଘର ଛାଡିବା ପାଇଁ ଅଦାଲତ ଅଗଷ୍ଟ ୩୦ରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଆଦେଶ ଦେଇଥିଲେ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା ଶାଶୂ ଘର ଛାଡି ନିଜ ଘରକୁ ଚାଲି ଯାଇଛନ୍ତି। ପୁଲିସ ଉପସ୍ଥିତିରେ ଅନୁଭବ ଘରେ ପ୍ରବେଶ କରିବା ପାଇଁ ପୁରୀଘାଟ ଥାନାରେ ଲିଖିତ ଭାବେ ନିବେଦନ କରିଛନ୍ତି। ଏହାକୁ ପୁଲିସ ଗ୍ରହଣ କରିବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଏବେ କଟକ ପରିବାର ଅଦାଲତରେ ମାମଲାର ବିଚାର ଚାଲିଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ବି ତାହା ବିଫଳ ହୋଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.