ଭବାନୀପାଟଣା: ବୋର୍ଡ଼ା ୨୫|୧୧ : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷାବର୍ଷ ୨୦୨୩-୨୪ ର ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ମକରଧ୍ଵଜ ସାହୁଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେଁପୁର ଗ୍ରାମପଞ୍ଚାୟତର ସରପଞ୍ଚ ବିଳାସ ଦୁର୍ଗା ଉପସ୍ଥିତ ରହି ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡାକୁ ଉଦ୍ଘାଟନ କରିଥିଲେ ଏବଂ ବାର୍ଷିକ କ୍ରୀଡାର ସମାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଆଶିଷ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ବୋର୍ଡ଼ା ଜୋନର ଜିଲ୍ଲା ପରିଷଦ ସଦସ୍ୟ ହୃଦାନନ୍ଦ ସାହୁ,ବୋରଭଟା ସରପଞ୍ଚ ବିବେକ ରଞ୍ଜନ ନାଗ,ବରିଷ୍ଠ ସାମ୍ବାଦିକ ରୋଶନ ଲାଲ ଛତର ଯୋଗଦେଇ ଥିଲେ । ପରିଚାଳନା ସମିତିର କୋଷାଧ୍ୟକ୍ଷ ଶଶୀ ଭୂଷଣ ପ୍ରସାଦ ସାହୁ ଏବଂ ସମ୍ପାଦକ ନରେଶ ସାହୁ ମଞ୍ଚାସିନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶାରୀରିକ ପ୍ରମୁଖ ଗୁରୁଜୀ ଜନାର୍ଦ୍ଦନ ବାଗ ବୃତ୍ତ କଥନ କରିଥିଲେ । ବାର୍ଷିକ କ୍ରୀଡାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୂର୍ଣ୍ଣଚନ୍ଦ୍ର ନାଗ,ପ୍ରବୀଣ ତ୍ରିପାଠୀ,ଗଙ୍ଗାଧର ଚଲାନ,ଖୁସିରାମ ସାହୁ,ଭୋଜରାଜ ବାଗ,ଯଶୋବନ୍ତ ଚିନ୍ଦା,ଗୀତାଞ୍ଜଳି ବାଗ,ପ୍ରଭାତୀ ବେହେରା,ରଶ୍ମିତା ନାୟକ,ରିତା ସାହୁ,ଭଞ୍ଜନୀ ବାଗ, ମନୀଷା ଗହୀର,ସୁନିତା ସାହୁ ଇତ୍ୟାଦି ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.