ଆଜି ବାର୍ ଆସୋସିଏସନରେ କର୍ମକର୍ତ୍ତା ନିର୍ବାଚନ : ରାଜ୍ୟର ୧୫୫ଟି ବାରରେ ଚାଲିଛି ନିର୍ବାଚନ।

ସମ୍ପୂର୍ଣ୍ଣ ଭିଡିଓଗ୍ରାଫି ଜରିଆରେ ନିର୍ବାଚନୀ ପ୍ରକ୍ରିୟା

0

କଟକ : ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନରେ କର୍ମକର୍ତ୍ତା ନିର୍ବାଚନ। ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ଟି ବାର୍ ଆସୋସିଏସନ ମଧ୍ୟରୁ ୧୫୫ଟି ବାରରେ  ନିର୍ବାଚନ ଅନୁଷ୍ଠିତ ହେଉଛି। ଭିନ୍ନଭିନ୍ନ କାରଣରୁ ସୁନ୍ଦରଗଡ଼, ଉମରକୋଟ ଏବଂ ଜଟଣୀ ଓକିଲ ସଂଘକୁ ବାଦ ଦିଆଯାଇଛି।

ଏହି ନିର୍ବାଚନରେ ସର୍ବମୋଟ ୩୮ ହଜାର ୮୮୩ ଜଣ ଓକିଲ ନିଜର ମତ ସାବ୍ୟସ୍ତ କରିବେ। ଦିନ ୩ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ। ଏହାପରେ ତୁରନ୍ତ ଭୋଟ ଗଣତି କରାଯାଇ ଚୂଡାନ୍ତ ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ପ୍ରସ୍ତୁତ ଚୂଡାନ୍ତ ଭୋଟର ତାଲିକା ସମସ୍ତ ବାର୍ ଆସୋସିଏସନ୍ ଗୁଡ଼ିକୁ ପଠାଇ ଦିଆଯାଇଛି।

ନିର୍ବାଚନୀ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭିଡିଓଗ୍ରାଫି କରି ତୁରନ୍ତ ତାହାର ଏକ କପି ଓଡିଶା ରାଜ୍ୟ ଆଇନଜୀବୀ ପରିଷଦରେ ପୈଠ କରିବାକୁ ନିର୍ଦେଶ ଦେଇଛି ରାଜ୍ୟ ଆଇନଜୀବୀ ପରିଷଦ।

Leave A Reply

Your email address will not be published.