କଦଳୀବନ୍ଧ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ଅନୁଷ୍ଠିତ

ନୟାଗଡ଼ (୩/୭): ୭୭ ତମ ବନମହୋତ୍ସବ ଉପଲକ୍ଷେ ଓଡ଼ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧ ଠାରେ ଆଜି ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ତହସିଲଦାର ଡ.ମାନସରଞ୍ଜନ ଭୋଇ,ମଣ୍ଡଳ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରିତୀବାଳା ରଣା,ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ,ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା,ବନପାଳ ସରିତା ବରାଳ,ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, କଦଳୀବନ୍ଧ, ରଗଡିସାହି ଗ୍ରାମବାସୀ,ସାମ୍ବାଦିକ ବନ୍ଧୁଗଣ ଓ ଛାତ୍ରାଭିଭାବକ ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ହତା ମଧ୍ୟରେ ଏବଂ ବାହାରେ ବଉଳ,ଅଁଳା,ପେସ୍ତାବାଦାମ୍, ଗଙ୍ଗଶିଉଳି,କରମଙ୍ଗା, ଆତ,ସଜନା,ଅମୃତଭଣ୍ଡା, ଲେମ୍ବୁ ଓ ଡାଳିମ୍ବ ବୃକ୍ଷ ରୋପଣ କରାଗଲା।ଗତବର୍ଷ ଲଗାଯାଇଥିବା ସମସ୍ତ ଗଛର ଯତ୍ନ ନେଇ ବଞ୍ଚାଇଥିବାରୁ ଅତିଥି ମାନେ ଶିକ୍ଷକ ମାନଙ୍କୁ ପ୍ରଶଂସା କରିଥିଲେ।ନୂତନ ଗଛ ଲଗାଇବା ସହିତ ତାର ଯତ୍ନ ନେଇ ବଞ୍ଚାଇପାରିଲେ ଆମେ ଅମ୍ଲଜାନ ଅଭାବକୁ ରୋକିପାରିବା ବୋଲି ଅତିଥି ଉପସ୍ଥିତ ସମସ୍ତ ଙ୍କୁ ବୁଝାଇଥିଲେ ।

ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ସାମିଲ ହୋଇ ଗଛର ଯତ୍ନ, ପରିବେଶକୁ ପ୍ଳାଷ୍ଟିକ୍ ମୁକ୍ତ କରିବା, ନିଜେ ପରିଷ୍କାର ପରିଚ୍ଛନ୍ନ ହେବା ସହିତ ପରିବେଶ କୁ ପରିଷ୍କାର ପରିଚ୍ଛନ୍ନ ରଖିଲେ ଆମେ ସୁସ୍ଥ ଜୀବନଯାପନ କରିପାରିବା ବୋଲି ଅତିଥିମାନେ ଅଭିଭାବକମାନଙ୍କୁ କହିଥିଲେ।ଏବର୍ଷ ଉକ୍ତ ବିଦ୍ୟାଳୟ ଓଡିଶା ସରକାରଙ୍କ ତରଫରୁ ପ୍ରକୃତିମିତ୍ର ପୁରସ୍କାର ପାଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।ବିଦ୍ୟାଳୟ ର ପରିବେଶ ସବୁଜମୟ ହୋଇଥିବାରୁ ବିଭିନ୍ନ ବନ୍ୟ ପକ୍ଷୀମାନେ ଆସୁଥିବାର ଅତିଥିମାନେ ଦେଖି ଖୁସି ହୋଇଯାଇଥିଲେ।କାର୍ଯ୍ୟକ୍ରମ ଶେଷରେ ପ୍ଳାଷ୍ଟିକ୍ ବା ଜରି ବ୍ୟାଗ ବ୍ୟବହାର ନକରିବାପାଇଁ ବିଦ୍ୟାଳୟ ତରଫରୁ ସମସ୍ତ ଅତିଥି ମାନଙ୍କୁ ସୁତୁଲି ବ୍ୟାଗ୍ ପ୍ରଦାନ କରାଯାଇଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ରୀତାପଣ୍ଡା ସହଯୋଗ କରିଥିଲେ।ରିପୋର୍ଟ-ସନାତନ ମହାକୁଡ଼।

Comments are closed.