ବିଷଦେଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ହତ୍ୟା ମାମଲା: ତତକାଳୀନ ରେଞ୍ଜର ଓ ୨ ଫରେଷ୍ଟର ଗିରଫ

ଯଶିପୁର/ପଦ୍ମପୁର: ବିଷଦେଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ହତ୍ୟା ମାମଲାରେପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯଶୀପୁର ଥାନା ପୁଲିସ ପୂର୍ବତନ ରେଞ୍ଜର ଶିବ ଶଙ୍କର ସାମଲ ଓ ୨ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଗରାଣ୍ଡିଆ ବିଟର ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଏସ୍ ଟି ପି ଏଫ୍ କ୍ୟାମ୍ପ କର୍ମଚାରୀ ବିନୋଦ ଦାସ। ଏମାନଙ୍କୁ କଟକ ଓ ଭୁବନେଶ୍ବରରୁ ଗିରଫ କରାଯାଇଥିବାର ସୂଚନା ରହିଛି। ଯଶିପୁର ଥାନା ଆଇଆଇସି ପଞ୍ଚାନନ ମହାନ୍ତି ଓ ଟିମ ଗିରଫ କରିଛନ୍ତି। ତିନି ଅଭିଯୁକ୍ତ ଫେରାର ଥିଲେ। ଗତକାଲି ଗିରଫ ହୋଇଥିଲେ ଏବଂ ଆଜି କୋର୍ଟ ଚାଲାଣ ହୋଇଛନ୍ତି।

ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟର  ଜେନାବିଲ ରେଞ୍ଜରେ କିଛି ଦିନ ତଳେ ସଂଘଟିତ ହାତୀ ପୋଡି ଘଟଣା କ୍ରମେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଅସ୍ଥାୟୀ ବନ କର୍ମଚାରୀ ତୁରlମ ପୂର୍ତ୍ତୀ  ବିଷ ପାନ କରି ଥିବା ଘଟଣl ଲୋକ ଲୋଚନକୁ ଆସିଥିଲା l  ଏ ଘଟଣାରେ ବକୁଆ ଗ୍ରାମର ବାସିନ୍ଦା ସ୍ଵର୍ଗତଃ ସ୍ଵାମୀ ତୁରାମଙ୍କ ସହଧର୍ମିଣୀ  ଚିଲମ ପୁର୍ତ୍ତୀ ଆସି ଥାନାରେ ଲିଖିତ ଏତଲା ଦେଇଛନ୍ତି l

ଏତଲା କାରୀ ଶ୍ରୀମତୀ ପୁର୍ତ୍ତୀ ଅଭିଯୋଗରେ ଦର୍ଶାଇଥିଲେ ଯେ ବନ ବିଭାଗ ଦ୍ଵାରା ଶିକାର ଦନ୍ତl ହାତୀର ମୃତ ଦେହ ପୋଡି  ଦିଆ ଯାଉଥିବା ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ତାଙ୍କ ସ୍ଵାମୀ । ଘଟଣା ସମ୍ପର୍କରେ କେହି ମୁହଁ ନ ଖୋଲି ବାକୁ ସମସ୍ତଙ୍କୁ ତାଗିଦ କରାଯାଇ ଥିଲା l ମାତ୍ର ଘଟଣା କ୍ରମେ ଏ କଥା ପ୍ରଘଟ ହେବାରୁ  ତାଙ୍କ ସ୍ୱାମୀଙ୍କ ଉପରେ ବିଭାଗୀୟ ଉଚ୍ଚ କର୍ମଚାରୀଙ୍କ  ସନ୍ଦେହ ହୋଇଥିଲା । ବନ ବିଭାଗ ପକ୍ଷରୁ ତାଙ୍କୁ ମାଡ଼ ମରାଯାଇ ମାନସିକ ନିର୍ଯାତନା ଦିଆ ଯାଇଥିଲା l ତାଙ୍କୁ ପାଣି ସହିତ ବିଷ ମଧ୍ଯ ପିଆଇ ଦିଆଯାଇ ଥିଲା l  ଏ ଘଟଣା ପରେ  ସଂଜ୍ଞାହୀନ  ଭାବେ ଗୁରୁତର ଅବସ୍ଥାରେ ପ୍ରଥମେ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ତା  ପରେ କରଞ୍ଜିଆ ଡାକ୍ତର ଖାନାରେ ନେଇ ଭର୍ତି କରାଯାଇଥିଲା l ମାତ୍ର ସେଠାରେ ଅବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ବଡ ମେଡିକାଲରେ ନେଇ ଭର୍ତି କରାଯାଇଥିଲା ବେଳେ ସେଠାରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ l

ସ୍ତ୍ରୀ ଅଭିଯୋଗରେ ଦର୍ଶlଇଛନ୍ତି ଯେ ସ୍ୱାମୀଙ୍କ ମୃତ୍ୟୁ  ପୂର୍ବରୁ କଟକ ମେଡିକାଲରେ ଅଳ୍ପ ସମୟ ସଂଜ୍ଞା ଫେରିବା ବେଳେ ତାଙ୍କୁ ନିସ୍ତୁକ ମlଡ ମରାଯାଇ ବିଷ ପିଆଇ ଥିବା ଘଟଣl କହିଥିଲେ l ଆହୁରି ମଧ୍ଯ ସ୍ତ୍ରୀ ଅଭିଯୋଗରେ ଦର୍ଶାଇଥିଲେ ଯେ ମୃତଦେହକୁ ଗାଡିରେ ନେଇ ଫେରୁଥିବା ବେଳେ ଠାକୁରମୁଣ୍ଡା ପାଖ ଜଙ୍ଗଲରେ ମୃତ ଦେହ ଫିଙ୍ଗି ଦେବେ ବୋଲି ବନ କର୍ମଚାରୀ  କହୁଥିଲେ l ମାତ୍ର ଏଥିରେ ସ୍ତ୍ରୀ ପ୍ରତିବାଦ କରିବା ରୁ ତାଙ୍କୁ ଧମକଚମକ ଦେଇ ଖରାପ ବ୍ଯବହାର ପ୍ରଦର୍ଶନ କରିଥିଲେ l

ସ୍ୱାମୀଙ୍କ ମୃତ୍ୟୁ ପାଇଁ ଜେନାବିଲ ରେଞ୍ଜର ଶିବ ଶଙ୍କର ସାମଲଙ୍କ ସମେତ ଅନ୍ୟ ଦୁଇ ବନ କର୍ମଚାରୀ ଗରାଣ୍ଡିଆ ବିଟର ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଏସ୍ ଟି ପି ଏଫ୍ କ୍ୟାମ୍ପ କର୍ମଚାରୀ ବିନୋଦ ଦାସ ଦାୟୀ l ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ସେ ଦାବି କରିଥିଲେ l ଏତଲାକୁ ଭିତ୍ତି କରି ଥାନାରେ  ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ ହତ୍ୟା ମାମଲା କେସ ନଂ ୩୨୦/୨୨ ରୁଜ୍ଜୁ ହୋଇଥିଲା।

Comments are closed.