ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କାରାଗାର। ହାଇ ସିକ୍ୟୁରିଟି ଜୋନରେ ରହୁଛନ୍ତି ହାର୍ଡକୋର କ୍ରିମିନାଲ । ୨୪ ଘଣ୍ଟିଆ ପ୍ରହରା। ଏତେ ସବୁ ସତ୍ୱେ ଜଣେ କଏଦୀଙ୍କ ଜୀବନ ଚାଲିଗଲା, କେହି ଜାଣିପାରିଲେ ନାହିଁ। ଜେଲ କର୍ତ୍ତୃପକ୍ଷ କହୁଛନ୍ତି ଏହା ଆତ୍ମହତ୍ୟା। ପରିବାର କିନ୍ତୁ ଅଭିଯୋଗ କରିଛନ୍ତି ହତ୍ୟା କରାଯାଇଛି। ଏସବୁ ଭିତରେ ରହସ୍ୟ ଘରରେ ଗୋପାଳ ସାହୁଙ୍କ ମୃତ୍ୟୁ। ନିଜେ ଜେଲ ଅଧୀକ୍ଷକ କହୁଛନ୍ତି ମୃତ କଏଦୀ ଆତ୍ମହତ୍ୟା କରିଥିବା ସେଲ୍ ଭିତରେ ଲାଗିନଥିଲା ସିସିଟିଭି କ୍ୟାମେରା। ତେବେ ଏଠି ପ୍ରଶ୍ନ ହାଇସିକ୍ୟୁରିଟି ଜୋନରେ କାହିଁକି ଲଗାଯାଇନଥିଲା ସିସିଟିଭି କ୍ୟାମେରା ? ଗୋପାଳଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ବଡ଼ ଷଡ଼ଯନ୍ତ୍ର ଆଶଙ୍କା କରାଯାଉଛି ।
Comments are closed.