ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟିଛି। ଏଠାରେ ବାଇକକୁ ପିଟିଛି ଟ୍ରକ୍। ଏହାଫଳରେ ଘଟଣାସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାଇକ୍ ଆରୋହୀ କୋମନା ଥାନା ମିଛାପାଲି ଗାଁର କମଳ ପାଟକୀନାରା (୩୫) ଓ ତାଙ୍କ ପୁଅ ଦୀପକ୍ ପାଟକିନାରା (୫) ବର୍ଷ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଲଖନା ପୁଲିସ୍ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିବା ସହ ଶବ ଜବତ କରି ଅଧିକ ତଦନ୍ତ କରୁଛି।ଏଣେ ନୂଆପଡ଼ା ଜିଲ୍ଲା କୋମନା ଥାନା ଘୋଟସର ଗାଁ ନିକଟ ଜାତୀୟ ରାଜପଥ ୩୫୩ରେ ଟ୍ରକ୍ (ଏନ୍ଏକ୍ସ ୦୧ ଏଡି-୨୬୫୬) ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୋଡ଼େନ ଥାନା କିରେଝୋଲା ଗାଁର ଟଙ୍କଧର ମାଝୀ (୩୦)। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ବାଇକ୍ (ଓଡି ୨୬ଡି-୫୬୯୬)କୁ ଜବତ କରି ତଦନ୍ତ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.
Comments are closed.