ବଦଳିବ ଇଂରେଜଙ୍କ ଯୁଗର ଆଇନ, ଏଥିପାଇଁ ସଂସଦରେ ଆସିବ ୧୯ଟି ବିଧେୟକ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜନ କରାଯାଇଥିଲା । ଏଥିରେ ଶୀତକାଳୀନ ଅଧିବେଶନରେ ଚର୍ଚ୍ଚା ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା କରାଯାଇଥିଲା ।

ଡିସେମ୍ବର ୪ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ଚାଲିବ । ଏଥିରେ ୧୫ଟି ବୈଠକ କରାଯିବ । ସଂସଦରେ ୩୭ଟି ବିଧେୟକ ପଡିଥିବା ବେଳେ ଏହି ଅଧିବେଶନରେ ୧୯ଟି ବିଧେୟକ ଆଗତ ହେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ଆଗରୁ ଆଗତ ହୋଇଥିବା ୩୭ ବିଧେୟକରୁ ୧୨ଟି ବିଧେୟକ ଉପରେ ବିଚାର କରାଯିବା ସହ ପାରିତ କରାଯିବର ସମ୍ଭାବନା ରହିଛି । ଏହା ସହ ଭାରତୀୟ ପିଙ୍ଗଳଧାରର ତିନୋଟି ବିଧେୟକ ରହିଛି । କୋଡ ଅଫ୍‌ କ୍ରିମିନାଲ ପ୍ରୋସିଜର ଏବଂ ଏଭିଡେଂସ ଆକ୍ଟ ଉପରେ ସଂଶୋଧନ ଏବଂ ନୂଆ ବିଧେୟକ ଆସିବାର ଅଛି ।

ଭାରତୀୟ ନ୍ୟାୟ ସଂହିତା ୨୦୨୩ ଲୋକସଭାରେ ଆଗତ ହୋଇଥିବା ପ୍ରସ୍ତାବିତ ବିଧେୟକ । ଏହା ପାରିତ ହେଲେ ଭାରତୀୟ ପିଙ୍ଗଳ ଧାର ୧୮୬୦ର ସ୍ଥାନ ନେବ ।

ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩,  ଅପରାଧିକ ପ୍ରକ୍ରିୟା ସଂହିତା ୧୯୭୩ ର ସ୍ଥାନ ନେବ ।

ଭାରତୀୟ ସାକ୍ଷ୍ୟ ଅଧିନିୟମ ୧୮୭୨କୁ ନିରସ୍ତ୍ର କରିବା ଏବଂ ଏହା ବଦଳରେ ଭାରତୀୟ ସାକ୍ଷ୍ୟ ବିଧେୟକକୁ ୨୦୨୩ ମସିହା ଅଗଷ୍ଟ ୧୧ ତାରିଖରେ ଲୋକସଭାରେ ଆଗତ କରାଯାଇଥିଲା । ଏହା ସହ ଜାମ୍ମୁକାଶ୍ମୀର ପୁର୍ନଗଠନ ସଂଶୋଧନ ବିଧେୟକ , କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଧେୟକ ତେଲେଙ୍ଗାନାରେ ଡାକଘର ବିଧେୟକ ଆସନ୍ତା ଅଧିବେଶନରେ ଆଗତ ହେବ ।

ଏଥରେ କେତକ ବିଧେୟକ ପାରିତ ହେଲେ ଇଂରେଜଙ୍କ ସମୟର ଆଇନ ବଦଳିଯିବ ।

Comments are closed.