ଅଟୋରେ ନିଆଁଲାଗି ସମ୍ପୁର୍ଣ୍ଣ ଭଷ୍ମ ା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କପାସିରା ନିକଟ ରେ ଟେମ୍ପୋ(auto)ରେ ନିଆଁ ଲାଗି ଛାରଖାର ହୋଇଯାଇଥିବା ଜଣାପଡିଛି । ଆଜି ସଂଧ୍ୟା ସମୟରେ କପାସିରା ଗ୍ରାମର କୁମାର ସାହୁ ବଗର୍ତୀ ଗାଁ ନିକଟ ନାଲ ପାଖରେ ଟେମ୍ପୋ ରଖି ଦେଇ ଶୌଚ ପାଇଁ ଯାଇଥିଲେ । ମାତ୍ର ଶୌଚରୁ ଫେରି ଦେଖିଲା ପରେ ଟେମ୍ପୋରେ ନିଆଁ ଲାଗି ଯାଇଥିବା ଦେଖିବାକୁ ପାଇଥିଲେ । ତୁରତ ଉଲୁଣ୍ଡା ଅଗ୍ନିଶମ ବାହିନିକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ କରିଥିଲେ ମଧ୍ୟ ଟେମ୍ପୋଟି ଜଲିଯାଇ ଛାରଖାର ହୋଇଯାଇଥିଲା । ତେବେ ଟେମ୍ପୋରେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ  ହୋଇନାହିଁ ।

Comments are closed.