ଓଡିଶାଗଜପତି ବ୍ଲୁ ମୁନ୍ ପ୍ରଭାବକୁ ନେଇ ବାସ୍ତୁବିଦ୍ ଇଂ. ପ୍ରଦୀପ ପଟ୍ଟନାୟକ କରିଥିବା ପୂର୍ବାନୁମାନ ସତ ହେଲା ! By BB News Network On Jul 6, 2026 Share ବାଲେଶ୍ଵର, ୬/୭(କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ମେ ୩୧ ତାରିଖରେ ଦୃଶ୍ୟମାନ ହୋଇଥିବା ବ୍ଲୁ ମୁନ୍ ର ପ୍ରଭାବ ସମ୍ପର୍କରେ ଇନ୍-ଫ୍ରା ବାସ୍ତୁ ସଂସ୍ଥାର ଅଧ୍ୟକ୍ଷ, ସଂସ୍କୃତି ଗବେଷକ ଏବଂ ନାନୋ ବାସ୍ତୁବିଦ୍ ଇଂ. ପ୍ରଦୀପ ପଟ୍ଟନାୟକ କରିଥିବା ପୂର୍ବାନୁମାନ ସତ ପ୍ରମାଣିତ ହୋଇଥିବା ସେ ଦାବି କରିଛନ୍ତି। ପ୍ରକାଶ ଯେ, ମେ ୩୧ରେ ଘଟିଥିବା ବ୍ଲୁ ମୁନ୍ ଦୃଶ୍ୟମାନ ଅବସରରେ ବିଭିନ୍ନ ଜ୍ୟୋତିର୍ବିଦ୍ ଓ ମହାକାଶ ବିଜ୍ଞାନୀଙ୍କ ମତାମତ ସହ ଇଂ. ପଟ୍ଟନାୟକଙ୍କ ଅଡିଓ ବାଇଟ୍ ପ୍ରମେୟ ନ୍ୟୁଜ୍ ୭ରେ ପ୍ରସାରିତ ହୋଇଥିଲା। ସେହି ଅବସରରେ ସେ ଇରାନ-ଆମେରିକା ତିକ୍ତତାର ସକାରାତ୍ମକ ପରିଣତି ଘଟିବା ସହ ହରମୁଜ୍ ଷ୍ଟ୍ରେଟ୍ରୁ ମଧ୍ୟ ଆଶ୍ୱସ୍ତିକର ଖବର ଆସିବ ବୋଲି କହିଥିଲେ। ସାମ୍ପ୍ରତିକ ପରିସ୍ଥିତିକୁ ସେ ନିଜ ପୂର୍ବାନୁମାନର ସତ୍ୟତା ବୋଲି ଉଲ୍ଲେଖ କରିଛନ୍ତି। ଇଂ. ପଟ୍ଟନାୟକଙ୍କ କହିବାନୁସାରେ, ନାନୋ ବାସ୍ତୁ କ୍ଷେତ୍ରରେ ତାଙ୍କ ଗବେଷଣା ଓ କାର୍ଯ୍ୟ ପାଇଁ ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ୧୦୭ଟି ପ୍ରମାଣପତ୍ର ହାସଲ କରିଛନ୍ତି। ଏଥିସହ ଭୁବନେଶ୍ୱର ଓ ବାଲେଶ୍ୱରରେ ନାନୋ ବାସ୍ତୁ ପାଠଶାଳା ପ୍ରତିଷ୍ଠା କରି ଏହି ବିଷୟରେ ପ୍ରଶିକ୍ଷଣ ଦେବା ସହ ସାଧାରଣ ଲୋକଙ୍କୁ ଆଧୁନିକ ବାସ୍ତୁ ପରାମର୍ଶ ଓ ପ୍ରତିକାର ସେବା ଯୋଗାଇ ଆସୁଛନ୍ତି। ଏହି ଖବରରେ ଉଲ୍ଲେଖିତ ପୂର୍ବାନୁମାନ ଓ ଦାବି ଇଂ. ପ୍ରଦୀପ ପଟ୍ଟନାୟକଙ୍କ ନିଜସ୍ୱ ମତ। ଏହାର ସ୍ୱାଧୀନ ବୈଜ୍ଞାନିକ ସତ୍ୟତା ଏହି ରିପୋର୍ଟ ଦ୍ୱାରା ପ୍ରମାଣିତ କରାଯାଉନାହିଁ। Share FacebookTwitterGoogle+ReddItWhatsAppPinterestEmail
Comments are closed.