ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ,ଜୟନାରାୟଣଙ୍କ ବିରୋଧୀ ଦଳ ନେତା ପଦ ପ୍ରତ୍ୟାହାର ଲାଗି ବିଜେଡି ବିଧାୟିକାଙ୍କ ଦାବି

ଭୁବନେଶ୍ବର : ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ। ନବ ଦାସ ହତ୍ୟା ମାମଲାକୁ ନେଇ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ପରେ ଗୃହକାର୍ଯ୍ୟ ଚାଲି ନପାରିବାରୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି। ଏହାପରେ ଶାସକ ବିଜୁ ଜନତା ଦଳର ସମସ୍ତ ମହିଳା ବିଧାୟକ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଭେଟି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବାକୁ ଦାବି କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ଜୟନାରାୟଣ ଗୃହରେ ରହିଲେ ମହିଳା ସୁରକ୍ଷିତ ନୁହେଁ। ତେଣୁ ତୁରନ୍ତ ଜୟ ନାରାୟଣଙ୍କ ନିକଟରୁ ବିରୋଧି ଦଳର ନେତା ଅନୁମୋଦନକୁ ପ୍ରତ୍ୟାହାର କରାଯାଉ। ବିଜେଡି ମହିଳା ବିଧାୟକଙ୍କ ଦାବି ସଂପର୍କରେ ଗଶମାଧ୍ୟମକୁ ସୂଚନା ଦେଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି, ଜୟନାରାୟଣ ଜଣେ ଅପରାଧୀ। ତାଙ୍କର ମାନସିକ ସ୍ଥିତି ଭଲ ନାହିଁ। ବିରୋଧୀ  ଦଳ ନେତା ପଦରୁ ତାଙ୍କୁ ଅଣସ୍ବୀକୃତ କରାଯାଉ।

ତେଣେ ପିପିଲି ବିଧାୟକ ରୁଦ୍ର ମହାରଥୀ ମଧ୍ୟ ଅନୁରୂପ ଦାବି ଦୋହରାଇଛନ୍ତି। ସେ କହିଛନ୍ତି, ମୁଁ ପଦ୍ମପୁର ଉପନିର୍ବାଚନ ଦାୟିତ୍ୱ ରେ ଥିଲି। ସେ ସମୟରେ ପାର୍ଟିର ରଣନୀତି ବିଷୟରେ ଆଲୋଚନା  ସ୍ବର୍ଗତ ନବ କିଶୋର ଦାସ କହିଥିଲେ ଯେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟ ମିଶ୍ର ତାଙ୍କୁ ଧମକ ଦେଉଛନ୍ତି। ପଦ୍ମପୁର ଉପନିର୍ବାଚନକୁ ନ ଆସିବା ପାଇଁ ଓ  ଦୁରେଇ ରହିବା ପାଇଁ ଚାପ ପକାଉଛନ୍ତି । ସେତବେଳେ ସେ କହିଥିଲେ ମୁଁ କାହାକୁ ଡରେ ନାହିଁ ଏବଂ ସେ ନିର୍ବାଚନର ଦାୟିତ୍ୱ ନେଇଥିଲେ। ତେଣୁ  ତାଙ୍କ ହତ୍ୟାରେ ଉଠି ନା କୋଉଠି ଜୟନାରାୟଣ ମିଶ୍ର ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପୃକ୍ତି ସଂନ୍ଦେହେ ଘେରରେ ରହୁଛି।  ଜୟନାରାୟଣ ମିଶ୍ରଙ୍କ ନାମରେ ୧୬ଟି ଅପରାଧିକ ମାମଲା ରହିଛି। ତାଙ୍କ ଉପସ୍ଥିତିରେ  ବିଧାନସଭାରେ ଆମେ ସୁରକ୍ଷିତ ନାହୁଁ। ବାଚସ୍ପତି ଙ୍କୁ ଭେଟିଛୁ ଆମେ ଗୃହରେ ସୁରକ୍ଷିତ ନୁହେଁ ବୋଲି ଜଣାଇଛୁ।

Comments are closed.