ଭୁବନେଶ୍ଵର : ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ। ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ। ବିଧାନସଭାରେ ପ୍ରତୀକାତ୍ମକ କୋକେଇ ଧରି ବୁଲିଲେ ବିରୋଧୀ।’ରାମ ନାମ ସତ୍ୟ ହେ’ ନାରାବାଜିରେ କମ୍ପିଲା ବିଧାନସଭା। ଧୋଇଗଲା ପ୍ରଶ୍ନକାଳ, ଚାଲିପାରିଲାନି ଗୃହ। ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ସେପଟେ ବିଧାନସଭା ମୁଲତବୀ ପରେ ବିଜେଡି ଓ କଂଗ୍ରେସ ବିଧାୟକମାନେ କୋକେଇ ଶୋଭାଯାତ୍ରା କରିଛନ୍ତି। । ରାଜ୍ୟରେ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ବିରୋଧୀ ଅଭିଯୋଗ କରିଛି। ଅପରେସନ ସକ୍ସସେସଫୁଲ୍ ପେସେଣ୍ଟ ଡେଥ୍। ଆୟୁଷ୍ମାନ ଯୋଜନା ନୁହେଁ ତ ଶ୍ମଶାନ ଯୋଜନା କହି ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ କଟାକ୍ଷ କରିଛନ୍ତି। ସ୍ଵାସ୍ଥ୍ୟ ବିଭାଗ ଏବେ ଲୋକଙ୍କ ମରିଯାଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି।
ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ବିଜେପି ବିଧାୟକ ମାନସ ଦତ୍ତ କହିଛନ୍ତି, ସମ୍ବେଦନଶୀ ଘଟଣାରେ ରାଜନୀତି କରୁଛନ୍ତି ବିରୋଧୀ। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଘଟଣାରେ ରାଜନୀତି କରୁଛନ୍ତି ବିରୋଧୀ। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଘଟଣାରେ ସମାଧାନ ନୁହେଁ କହିଲା ବିଜେପି। ଗତକାଲି ଫ୍ୟାକ୍ଟ ଫାଇଣ୍ତିଂ ଟିମ୍ ଘଟଣାରେ ତଦନ୍ତ କରିଛି। ରିପୋର୍ଟ ଆସିବା ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏସସିବି ଅଗ୍ନିକାଣ୍ତ ଘଟଣାରେ ଗତକାଲି ସ୍ଵାସ୍ଥମନ୍ତ୍ରୀ ବିବୃତି ରଖିଥିଲେ।
ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ। ବିଧାନସଭାରେ ପ୍ରତୀକାତ୍ମକ କୋକେଇ ଧରି ବୁଲିଲେ ବିରୋଧୀ।’ରାମ ନାମ ସତ୍ୟ ହେ’ ନାରାବାଜିରେ କମ୍ପିଲା ବିଧାନସଭା। ଧୋଇଗଲା ପ୍ରଶ୍ନକାଳ, ଚାଲିପାରିଲାନି ଗୃହ। ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ସେପଟେ ବିଧାନସଭା ମୁଲତବୀ ପରେ ବିଜେଡି ଓ କଂଗ୍ରେସ ବିଧାୟକମାନେ କୋକେଇ ଶୋଭାଯାତ୍ରା କରିଛନ୍ତି। । ରାଜ୍ୟରେ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ବିରୋଧୀ ଅଭିଯୋଗ କରିଛି। ଅପରେସନ ସକ୍ସସେସଫୁଲ୍ ପେସେଣ୍ଟ ଡେଥ୍। ଆୟୁଷ୍ମାନ ଯୋଜନା ନୁହେଁ ତ ଶ୍ମଶାନ ଯୋଜନା କହି ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ କଟାକ୍ଷ କରିଛନ୍ତି। ସ୍ଵାସ୍ଥ୍ୟ ବିଭାଗ ଏବେ ଲୋକଙ୍କ ମରିଯାଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି।
ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ବିଜେପି ବିଧାୟକ ମାନସ ଦତ୍ତ କହିଛନ୍ତି, ସମ୍ବେଦନଶୀ ଘଟଣାରେ ରାଜନୀତି କରୁଛନ୍ତି ବିରୋଧୀ। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଘଟଣାରେ ରାଜନୀତି କରୁଛନ୍ତି ବିରୋଧୀ। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଘଟଣାରେ ସମାଧାନ ନୁହେଁ କହିଲା ବିଜେପି। ଗତକାଲି ଫ୍ୟାକ୍ଟ ଫାଇଣ୍ତିଂ ଟିମ୍ ଘଟଣାରେ ତଦନ୍ତ କରିଛି। ରିପୋର୍ଟ ଆସିବା ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏସସିବି ଅଗ୍ନିକାଣ୍ତ ଘଟଣାରେ ଗତକାଲି ସ୍ଵାସ୍ଥମନ୍ତ୍ରୀ ବିବୃତି ରଖିଥିଲେ।
Comments are closed.