ବାଇକ୍‌ ଦୁର୍ଘଟଣାରେ ଏଏସ୍‌ଆଇ ମୃତ, ଅନ୍ୟ ଜଣେ ଗୁରୁତର ।

0

ଗଜପତି,1.8 (ମନୋଜ ପାଢ଼ୀ): ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀ।
ସୂଚନା ଅନୁସାରେ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀ ଏବଂ ତାଙ୍କର ସହିତ ଥିବା ଅନ୍ୟ ଜଣେ ଲୋକ ବାଇକ୍‌ରେ ଯିବା ସମୟରେ ଗଜପତିଜିଲ୍ଲା କାଶୀନଗର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ମନୋଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି।

Leave A Reply

Your email address will not be published.