ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭ ମେଳା

ଭୁବନେଶ୍ୱର : ଉକ୍ରଣ୍ଠାର ଅନ୍ତ ଘଟିଛି । ଶେଷରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ଜଗମରା ସ୍ଥିତ ପୋଖରୀରୁ ପୂର୍ଣ୍ଣ କଳସ ଉଠିଛି । ଏହା ୯ଦିନ ଧରି ଚାଲିବ, ଖଣ୍ଡଗିରି ପାହାଡର ଗିରି ଗହ୍ୱରରେ ଯୋଗୀ, ସାଧୁ ସନ୍ଥଙ୍କ ଜପ ତପ ଜାଗଯଜ୍ଞ ଚାଲିବାକୁ ଥିବାବେଳେ ପାହାଡ ପାଦ ଦେଶରେ ଜମିବ ହାଟ ବଜାର, ମିନା ବଜାର ଓ ଯାତ୍ରା ପେଣ୍ଡାଲ୍‌ ।ସେପଟେ ୨୭ରୁ ପ୍ରଥମ ପର୍ଯ୍ୟାୟରେ ୪ପେଣ୍ଡାଲରେ ୪ଟି ଅପେରା ଦଳ ସେମାନଙ୍କ କଳାର ଯାଦୁ ଦେଖାଇବେ । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ କଡା କାର୍ଯ୍ୟାନୁଷ୍ଠନେ ହେବ ବୋଲି କୁହାଯାଇଛି । ବିଏମସି ପକ୍ଷରୁ ଏନେଇ ଜାରି ହୋଇଛି ଏସଓପି ।

ମେଳାରେ ବିଏମ୍‌ସି ପକ୍ଷରୁ ଅନୁମୋଦନ ମିଳିଥିବା ଷ୍ଟଲ ଖୋଲିବ । ଯାତ୍ରା ପେଣ୍ଡାଲ ପାଖରେ ଦୋକାନ ଖୋଲି ପାରିବନାହିଁ । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ବିଏମ୍‌ସି । ଯଦି କିଏ ଖିଲାପ କରେ, ତାହେଲେ ଦୁଇଗୁଣା ଜରିମାନା ଆଦାୟ କରାଯିବ । ଏହା ସହ କୌଣସି ସ୍ଥାୟୀ ନିର୍ମାଣ ହେବନାହିଁ ବୋଲି ଏସ୍ଓପିରେ କୁହାଯାଇଛି । ଯାତ୍ରାରେ କୌଣସି ପ୍ରକାର ବିଜ୍ଞାପନ ମରାଯିବନି ।

Comments are closed.