ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବୃହତ୍ତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଦେବଗଡ଼: ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପଠାରେ ଆଜି ଏକ ବୃହତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ଭିନ୍ନକ୍ଷମ ସଶକ୍ତିକରଣ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣୀଗ୍ରାହୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂବର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଅବସର ପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧିର କୁମାର ନଇ, ଭାରପ୍ରାପ୍ତ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଆଇନଜୀବୀ ଦିଲ୍ଲିପ କୁମାର ଗୁରୁ, ବରିଷ୍ଠ ନାଗରିକ ପ୍ରଫୁଲ୍ଲ କୁମାର ମହାପାତ୍ର, ହେମନ୍ତ କୁମାର ମହାପାତ୍ର ଓ ମାର୍କଣ୍ଡେଶ୍ୱର ଶତପଥି ପ୍ରମୁଖ ଯୋଗ ଦେଇଥିଲେ।

ଏହି ସ୍ୱାସ୍ଥ୍ୟ ଶିବିରରେ ଜିଲା ମୂଖ୍ୟ ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତର ଏବଂ ସହାୟକ ମାନଙ୍କ ଦ୍ୱାରା ବରୋଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଅବସରରେ ୬ ଜଣ ଭିନ୍ନକ୍ଷମଙ୍କୁ ଜୀବୀକା ନିର୍ବାହ ନିମନ୍ତେ ସ୍ଥାନୀୟ ଏକ୍ସିସ ବ୍ୟାଙ୍କ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଥିଲା। ଏକ୍ସିସ ବ୍ୟାଙ୍କର ଦେବଗଡ଼ ଶାଖା ପରିଚାଳକ ସୌମ୍ୟ ପ୍ରକାଶ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ମୂଖ୍ୟ ଅତିଥି ତଥା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ଏହି ଋଣ ପ୍ରଦାନ କରାଯାଇଥିଲା।

Comments are closed.