ଏଣିକି ଓସିଏସରେ ଗୋଟିଏ ଅପସନାଲ

ଭୁବନେଶ୍ୱର : ଓସିଏସ ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି । ଓଡିଶା ସିଭିଲ ସର୍ଭିସେସ ଏକଜାମ୍ ସଂଶୋଧନ ପ୍ରସ୍ତାବ କୁ ମଂଜୁରୀ । ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ । ଏଣିକି ଇଣ୍ଡରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ ।ୟୁପିଏସସି ଭଳି ଓସିଏସ ରେ ରହିବ ଗୋଟିଏ ଅପସନାଲ ବ୍ୟବସ୍ଥା । ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ । ଇଂରାଜୀ କିମ୍ବା ଓଡିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ ପରୀକ୍ଷାର୍ଥୀ ।
ଏଣିକି ଓସିଏସ ପରୀକ୍ଷା ଓଡିଆ ଭାଷାରେ ଦେବେ ପରୀକ୍ଷାର୍ଥୀ । ଯେଉଁମାନେ ଚାହିଁବେ ସେମାନେ ଇଂରାଜୀ ଭାଷାରେ ପରୀକ୍ଷା ଦେଇ ପାରିବେ । ସାକ୍ଷାତକାର ମଧ୍ୟ ଓଡିଆରେ ହେବ , ଯିଏ ଚାହିଁବେ ଇଂରାଜୀରେ ଦେଇପାରିବେ । ଯେଉଁ ମାନେ ଚାହିଁବେ ଇଂରଜୀରେ ଲିଖିତ ଓ ସାକ୍ଷାତକାର ଦେଇପାରିବେ ।
ତେବେ ୟୁପିଏସସି ଭଳି ଏଣିକି ଓସିଏସରେ ଗୋଟିଏ ଅପସନାଲ ବ୍ୟବସ୍ଥା ରହିବ । ଆଉ ୨ଟି ନୁହେଁ, ଏଣିକି ଗୋଟିଏ ଅପସନାଲ ବିଷୟ ବାଛିବେ ଆଶାୟୀ ପ୍ରାର୍ଥୀ । ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ ହୋଇଛି । ଏଣିକି ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ ପରୀକ୍ଷାର୍ଥୀ । କେତେଥର କେଉଁ ବର୍ଗ ପରୀକ୍ଷା ଦେଇପାରିବେ, ସେନେଇ ସଂଶୋଧନ ହୋଇଛି । ଅଣସଂରକ୍ଷିତ ବର୍ଗ ୪ ଥର ଦେଇପାରୁନଥିଲେ, କିନ୍ତୁ ଏବେ ୬ ଥର ଦେଇପାରିବେ । ଏସସି/ଏସଟି ବର୍ଗ ପୂର୍ବଭଳି ଯେତେଥର ଚାହିଁବେ, ପରୀକ୍ଷା ଦେଇପାରିବେ ।

Comments are closed.