ଗଜପତି,୨୩.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ) :-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଧାର୍ମିକ ଭାବଧାରା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗଜପତି ଜିଲ୍ଲା କତଲକଇଠା ଗ୍ରାମରେ ଶ୍ରୀ ରସିକରାଜ ମନ୍ଦିର ପ୍ରାଙ୍ଗଣରେ ମହାମନ୍ତ୍ର ନାମ ସଂକୀର୍ତ୍ତନ ଓ ଅଷ୍ଟପ୍ରହରୀ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନ୍ନଯଜ୍ଞ ତଥା ଘୃତଯଜ୍ଞ ଭଳି ପବିତ୍ର ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ମହାନ ଧାର୍ମିକ କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ସମସ୍ତ ପ୍ରକାର ଆନୁସଙ୍ଗିକ ସହଯୋଗ କରିଥିଲେ।ନଭେମ୍ବର ୨୩ ତାରିଖ ସୋମବାର ସକାଳ ୬ଟାରୁ ୮ଟା ମଧ୍ୟରେ ଠାକୁରଙ୍କୁ ଆବାହନ କରାଯାଇଥିବା ବେଳେ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମଯଜ୍ଞ ଓ ଅଷ୍ଟପ୍ରହରୀ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା।ସେହିପରି ନଭେମ୍ବର ୨୪ ତାରିଖ ମଙ୍ଗଳବାର ଦିନ ୧୧ଟାଠାରୁ ନଗର ପରିକ୍ରମା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଏହି ଅବସରରେ ହରେ କୃଷ୍ଣ, ହରେ ରାମ ମହାମନ୍ତ୍ର ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥିଲା।ଏହି ପବିତ୍ର କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଓ ଧର୍ମପ୍ରାଣ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦ ଲାଭ କରିଥିଲେ ।
Sign in
Sign in
Recover your password.
A password will be e-mailed to you.