କନ୍ଧମାଳ : ଗତକାଲି କଳିଙ୍ଗା ପଞ୍ଚାୟତ ଅଧୀନରେ କୁରୁମିଙ୍ଗିଆ କାଟାଲନାଜୁ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟୁନା ପ୍ରଧାନଙ୍କୁ ୧୦୮ଆମ୍ବୁଲାନ୍ସ ଦ୍ବାରା କର୍ମଚାରୀମାନେ ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଇଏମ୍ଟି ବିଶ୍ୱଜିତ୍ ମୁଖି, ଡ୍ରାଇଭର ଅରବିନ୍ଦ ଦିଗାଲ, ହେଲପର୍ ବିକାଶ ପ୍ରଧାନ ମୃତକ ଟୁନା ପ୍ରଧାନଙ୍କ ନିକଟରେ ପଡ଼ିଥିବା ମନିପର୍ସ ପାଇଥିଲେ। ସେଠାରେ ସେମାନେ ପର୍ସରେ ଟଙ୍କା ଥିବାର ଦେଖିଥିଲେ। ପରେ ଜଣେ ମୃତକଙ୍କ ସମ୍ପର୍କୀୟ ଉପସ୍ଥିତିରେ ସେହି ପଇସା ଗଣିଥିଲେ । ସେଠାରେ ୬୧୯୯ ଟଙ୍କା ସହିତ କାଗଜପତ୍ର ରହିଥିଲା । ସେମାନେ ସୁରକ୍ଷିତ ଏବଂ ବିଶ୍ୱାସର ସହ ମୋବାଇଲ ଓ ଟଙ୍କା ନିଜ ପାଖରେ ରଖିଥିଲେ ଓ ପରିବାର ଲୋକେ ଆସିଲେ ଦେବେ ବୋଲି କହିଥିଲେ। ବିଳମ୍ବିତ ରାତିରେ ମୃତକଙ୍କ ମାଆ ଝିଅ ଓ ସମ୍ପର୍କୀୟ ଆସିବାପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ପ୍ରାପ୍ତ ୬୧୯୯ ଟଙ୍କା ଏବଂ ମୋବାଇଲ ଓ ଅନ୍ୟାନ୍ୟ କାଗଜ ପତ୍ର ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ କର୍ତ୍ତୃପକ୍ଷଙ୍କ ମହାନତା ଓ ବିଶ୍ଵସ୍ତ ପାଇଁ ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.