ପଦ୍ମପୁର : ଗନ୍ଧମାରଦନ ସୁରକ୍ଷା ଆକ୍ସନ କମିଟି ର ପଦ୍ମପୁର ମୁକ୍ତାଲଜ ସମିଳନୀ କକ୍ଷରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଥବିର ଚରଣ ମେହେର ଦୀପ ପ୍ରଜ୍ୱଳନ କରିଥିଲେ। ଏକସନ କମିଟି ଖପ୍ରାଖୋଲ ରୁ ଶତାଧିକ କର୍ମୀ ମଟର ସାଇକଲ ଶୋଭାଯାତ୍ରା କରି ସଭା ସ୍ଥଳରେ ପହଁଚି ଥିଲେ। ପଦ୍ମପୁର ରାଜ ବାଟି ଠାରେ ପଦ୍ମପୁର ନଗର ବାସୀଙ୍କ ତରଫରୁ ସମସ୍ତ ଗନ୍ଧମାରଦାନ ସଂଗ୍ରାମ ମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇ ଥିଲା। 2.07.2026 ରିଖରେ ଆଦାନୀ କମ୍ପାନୀ ଓ ଆରବ ଏମିରେଟସ ସହ ରାଜ୍ୟ ସରକାର ଆଲୁମିନା ପ୍ଲାଣ୍ଟ ନିର୍ମାଣ ସକାଶେ ବୁଝାବଣା ପତ୍ର ସ୍ଵାକ୍ଷରିତ ହୋଇ ଯାଇଛି। ଗତ ମୌସୁମୀ ଅଧିବେଶନରେ ସଂସଦରେ ପାର୍ଲିତ ହୋଇଥିବା କର୍ପୋରେଟ ଖଣି ଲୁଟୁକୁ ସହଜ ଓ ଅବାଧ କରିବା ପାଇଁ MMDR କଳା ଆଇନିକୁ ବିରୋଧ କରାଯିବା ପାଇଁ ସର୍ବ ସନ୍ମତି କର୍ମେ ପ୍ରସ୍ତାବ ଗୃହୀତ କରା ଗଲା। ଆଗାମୀ 19.09.2026 ରିଖରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓଡିଶା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ସ୍ମାରକ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ବରଗଡ଼ ଜିଲ୍ଲା ସଙ୍ଗଠନକୁ ସୃଦୁଢ କରିବା ପାଇଁ ବରଗଡ଼ ଜିଲ୍ଲା ଆବାହକ ଭାବେ ସର୍ବସନ୍ମତି କ୍ରମେ ସମାଜ ସେବୀ ଯୁବ ନେତା ରାଜୁ ଘିବେଲା ଙ୍କୁ ମନୋନୀତ କରାଯାଇ ଏକ କୋର କମିଟି ଅଞ୍ଚଳର ସମସ୍ତ କର୍ମକର୍ତା ଙ୍କୁ ନେଇ ଗଠନ କରାଗଲା। ଉକ୍ତ କମିଟିରେ ଶଙ୍କର ନନ୍ଦ, ଅରବିନ୍ଦ ପଣ୍ଡା,(ଗାଇସିଲଟ ବ୍ଲକ )ଗୌରହରୀ ମିଶ୍ର (ବରପାଲି )ଝିସ କେତନ ବର୍ଗତି (ବିଜେପୁର )ସୁବ୍ରତ ସିଂ (ଭଟିଲି) ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ପ୍ରଦାନ କରାଗଲା। କବିତା ସୁନା ଙ୍କୁ ବରଗଡ଼ ଜିଲ୍ଲାର ମହିଳା ସଂଗଠିକା ଦାୟିତ୍ୱ ପ୍ରାଦନ କରାଗଲା। ଏହି ବୈଠକରେ ଯଥାକର୍ମେ ମୁକ୍ତିକାନ୍ତ ସୁଦା, ପଦ୍ମପୁର, ଧବଳେଶ୍ୱର ସାହୁ, ମୋହନ ଜଗତ, ପାଇକ ମାଳ, ଜୟନାରୟଣ ତ୍ରିପାଠୀ, ଗୋବିନ୍ଦ ପାଣିଗ୍ରାହୀ, ଟେକେନ୍ଦ୍ର ଜାଲ, ବିପ୍ର ବିଶି, ଟିକେଶ୍ୱର ଧରୁଆ, ଶଶୀକାନ୍ତ ଧରୁଆ,ସୁବାସ ଧରୁଆ, କ୍ଷମାନିଧି ଭୋଇ, କୁଶଧୋଜ ମାଝୀ, ସୁଶୀଳ ନାୟକ, ଚାମ୍ପେଶ୍ୱର ରାଜପୁତ ଆଦି ମତବେକ୍ତ କରିଥିଲେ, ପୂର୍ବତନ ଆବାହକ ରଘୁବୀର ସିଂ ବରିହା ଧନ୍ୟବାଦ ଅର୍ପଣ କରିଥିଲେ, ଶ୍ରୀ ରାଜକୁମାର ସେଠ ସଭା ସଞ୍ଚାଳନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.