ଗଜପତି,୧୯.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଫରେଷ୍ଟ ଗେଟ ଠାରେ ଅବକାରୀ ଵିଭାଗ ପକ୍ଷରୁ ଚଢାଉ କରାଯାଇ ଥିବା ବେଳେ ଚଢାଉ ବେଳେ ଜଣେ ଗଞ୍ଜେଇ ଚାଲାଣ କରୁଥିବା ମହିଳାଙ୍କୁ ଧରିଥିବା ସୂଚନା ମିଳିଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ଓ ଆଇ ସି ବୁବୁନ ବେହେରା, asi ନୀଳାମ୍ବର ନାୟକ, asi ମିନତି ପାଇକ ଏବଂ ଅବକାରୀ ଟିମ ଏହି ଚଢାଉ କରି ଥିଲେ। ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗଆ ଥାନା ଅନ୍ତର୍ଗତ ବିଲୁ ପଦର ଗ୍ରାମ ପ୍ରିୟଙ୍କା ଦିଗାଲ ଫରେଷ୍ଟ ଗେଟ ଠାରେ ବସ କୁ ଅପେକ୍ଷା କରୁଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରି କାବୁ କରି ଥିଲା। ଉକ୍ତ ମହିଳାଙ୍କ ଠାରୁ ପ୍ରାୟ ଆଠ କିଲୋ ଦୁଇ ଶହ ଗ୍ରାମ ର ଗଞ୍ଜେଇ ଧରା ହୋଇଥିଲା। ଯାହାର ଅନୁମାନିକ ମୂଲ୍ୟ ଦଶ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।