ନୁଆଗଡ;୫/୭(ମନୋଜ ପାଢ଼ୀ)-: ଲଘୁଚାପ ଲଗାଣ ବର୍ଷା ଫଳରେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦା ପଞ୍ଚାୟତ ଅନ୍ତର୍ଗତ ପାହାଡ଼ କଡ଼ରେ ରହିଥିବା ଆଦିବାସୀ ତେଡୁଗୁ ଗ୍ରାମର ତିନୋଟି ଘର ଉପରେ ପଡ଼ିଲା ତେନ୍ଦୁଲି ଗଛ। ଅଳ୍ପକେ ବର୍ତିଲେ ଯାଇଛନ୍ତି ତିନି ପରିବାର ସଦସ୍ୟ। ଗତ ଦୁଇଦିନ ହେଲା ଲଘୁଚାପ ଲଗାଣ ବର୍ଷା ଲାଗି ରହିଛି। ଗଜପତି ଜିଲ୍ଲା ରେ ଲଗାଣ ବର୍ଷା ଜାରିରହିଚି। ସୂଚନା ପ୍ରକାରେ ବର୍ଷା ଫଳରେ ଶୁକ୍ରବାର ବିଳମ୍ୱିତ ରାତି ରେ ବିରାଟକାୟ ତେନ୍ତୁଳି ଗଛ ତିନୋଟି ଘର ଉପରେ ପଡିଥିଲା। ଗଛ ପଡ଼ି ଏନୁସ ରଇତ, ଯହୋନ ରଇତ, ଗାତନି ମଣ୍ଡଳଙ୍କ ଘର କ୍ଷତି ଗ୍ରସ୍ତ ହୋଇଛି। ୱାର୍ଡ ମେମ୍ବର ସୋମନାଥ ରଇତ ଙ୍କୁ ଜଣାଇବା ପରେ ସରପଞ୍ଚ ସଣ୍ଡୁ ମଣ୍ଡଳ ଙ୍କୁ ସୂଚନା ଦେଇଥିଲେ।


ସରପଞ୍ଚ ଅଗ୍ନିଶମ ବିଭାଗ ଏବଂ ରାଜସ୍ୱ ବିଭାଗ କୁ ଜଣାଇବା ପରେ ଅଗ୍ନିଶମ ବିଭାଗ ଆସି ଘର ଉପରେ ପଡ଼ିଥିବା ଗଛ କୁ କାଟି ବାହାର କରିଥିଲେ। ପରେ ରାଜସ୍ୱ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ବର୍ତ୍ତମାନ ତିନି ଘର ପରିବାରଙ୍କୁ ଜରି ପାଲ ସହିତ କିଛି ଶୁଖିଲା ଖାଦ୍ୟ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ମିଳିଛି । କ୍ଷୟକ୍ଷତି ଆକଳନ ପରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ମୋନାଲିସା ଆଚାର୍ଜି କହିଛନ୍ତି।
Comments are closed.