ଭୁବନେଶ୍ୱର, ୩୦/୭(କୃଷ୍ଣ କୁମାର ମହାନ୍ତି) : ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଏବଂ ‘ଶକ୍ତିଶ୍ରୀ ଏମ୍ପାୱରମେଣ୍ଟ ସେଲ୍’ର ମିଳିତ ସହଯୋଗରେ ‘ଲିଙ୍ଗଗତ ସମାନତା’ ଶୀର୍ଷକ ଏକ ବିଶେଷ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି।
ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ବ୍ରେକ୍ଥ୍ରୁ’, ଓଡ଼ିଶାର ରାଜ୍ୟ ମୁଖ୍ୟ ଡ. ରୁକ୍ମିନି ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲିଙ୍ଗଗତ ବୈଷମ୍ୟ ଏବଂ ସାମାଜିକ ସମାନତା ଆଦି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ।
ଏହି ସଭାରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ‘ଶକ୍ତିଶ୍ରୀ’ର ପ୍ରତିନିଧି, ଛାତ୍ରଛାତ୍ରୀ ଓ ଗବେଷକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
ଏହି ଅବସରରେ ଆୟୋଜିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଗବେଷକମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
Comments are closed.