ଗଜପତି , ୨୭.୯( ମନୋଜ କୁମାର ପାଢୀଙ୍କ ରିପୋର୍ଟ) ୨୬/୦୯:- ପାରଳାଖେମୁଣ୍ଡି ସନ୍ନିକଟ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଓ ଆଇପିଏଲ୍ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ କିଷାନ ମେଳା ଅନୁଷ୍ଠିତ ହୋଇଯାଇଛି।ଆଇପିଏଲ୍ ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି ମେଳାରେ ଗୁରାଣ୍ଡି, ଉପଲଡା, ମହାଦେଇପୁର, ଲିଙ୍ଗିପୁର ଓ ମାଛମରା ଆଦି ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍. ପ୍ରକାଶ ରାଓ ଯୋଗଦେଇ ଆଧୁନିକ ଓ ଆଞ୍ଚଳିକ କୃଷି ପଦ୍ଧତିର ବିଭିନ୍ନ ଦିଗ ଉପରେ ଚାଷୀମାନଙ୍କୁ ସଚେତନ କରିଥିଲେ। ଗୋଷାଣି ବ୍ଲକ୍ କୃଷି ଅଧିକାରୀ ଶ୍ରାବଣୀ ମହାରଣା ଉନ୍ନତ କୃଷି ପ୍ରଣାଳୀ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷି ସମ୍ପର୍କିତ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ।ଗୁରାଣ୍ଡି ସରପଞ୍ଚ ଶିଳ୍ପା ପାତ୍ର ଚାଷୀଙ୍କ ପାଇଁ ସିୟୁଟିଏମ୍ର ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ସିୟୁଟିଏମ୍ କୃଷି ଓ ଆନୁସଙ୍ଗିକ ବିଜ୍ଞାନ ବିଭାଗର ଡିନ୍ (ପ୍ରଶାସନ) ଡଃ ଏସ୍.ପି. ନନ୍ଦ ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରସାର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିବା ବେଳେ ନୋଡାଲ ଅଧିକାରୀ ଡଃ ଆଶୀର୍ବଚନ ମହାପାତ୍ର ଇଣ୍ଟର୍ଣ୍ଣମାନଙ୍କ ତୃଣମୂଳସ୍ତରୀୟ ସଚେତନତା କାର୍ଯ୍ୟକୁ ପ୍ରଶଂସା କରିଥିଲେ।ଏହି ଅବସରରେ କୃଷକ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ବିଶେଷଜ୍ଞମାନେ ଚାଷୀଙ୍କ ବିଭିନ୍ନ ବୈଷୟିକ ସମସ୍ୟା ଶୁଣିବା ସହ ଏହାର ସମାଧାନ ସମ୍ପର୍କିତ ପରାମର୍ଶ ଦେଇଥିଲେ। ଏଥିସହ ଉନ୍ନତ କୃଷି ପ୍ରଯୁକ୍ତି ଓ ସିୟୁଟିଏମ୍ ଦ୍ୱାରା ପ୍ରସ୍ତୁତ କୃଷି ଉତ୍ପାଦର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ପ୍ରଫେସର ଚିନ୍ତାମଣି ପଣ୍ଡା, ଡଃ ବିଷ୍ଣୁପ୍ରସାଦ ଦାଶ, ଡଃ ପ୍ରଭୁ ପ୍ରସନ୍ନ ପ୍ରଧାନ, ଡଃ ବିଶାଲ କୁମାର ଗୁପ୍ତା ଓ ଚିନ୍ମୟ ନନ୍ଦଙ୍କ ସମେତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ଶେଷରେ ବିଶ୍ୱଜିତ୍ ସାହୁ ସମସ୍ତ ଅତିଥି ଓ ଚାଷୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.