କେନ୍ଦୁଝର ଜିଲ୍ଲାରେ ବର୍ଷା ବିତ୍ପାତ ଯୋଗୁଁ ଗାଁରେ ପଶିଲା ବନ୍ୟାଜଳ, ଧୋଇଗଲା ରାସ୍ତା।

ତେଲକୋଇ ବ୍ଲକରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି।

0

କେନ୍ଦୁଝର : ବର୍ଷା ବିତ୍ପାତ ଯୋଗୁଁ ଗାଁରେ ପଶିଲା ବନ୍ୟାଜଳ, ଧୋଇଗଲା ରାସ୍ତା। କେନ୍ଦୁଝର ଜିଲ୍ଲାରେ ଅନବରତ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁଁ ତେଲକୋଇ ବ୍ଲକରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ରାଇସୁଆଁ ପଞ୍ଚାୟତ ସମାକୁଦ ଗାଁ ନିକଟ ଦେଇ ବହିଯାଉଥିବା ବାଟନଈ ନାଳରେ ବନ୍ୟାଜଳ ପ୍ରବଳ ବେଗରେ ପ୍ରବାହିତ ହୋଇ ଗାଁ ଭିତରକୁ ପଶିଥିଲା।

ଫଳରେ ସମାକୁଦ ଗାଁର ତଳି ଅଞ୍ଚଳରେ ଥିବା ସାହିର ଅନେକ ଘରେ ପାଣି ପଶିଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗି ଲୋକଙ୍କ ସହ ଘରର ଆସବାବପତ୍ରକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେଇଥିଲେ। ପାଣି ଜମିଯିବାରୁ ୮ଟି କଚା ଘର ଭାଙ୍ଗିଯାଇଛି।

ଅନ୍ୟପଟେ, କରମଙ୍ଗିଠାରୁ ପଡ଼ିଆପଶି ଯାଉଥିବା ରାସ୍ତାର ପଡ଼ିଆପଶି ନାଳ ନିକଟରେ ବନ୍ୟାଜଳ ପ୍ରବାହିତ ହୋଇ ରାସ୍ତାରେ ଘାଇ ସୃଷ୍ଟି ହୋଇଛି। ଏହାଫଳରେ ଉକ୍ତ ରାସ୍ତାରେ ଯାତାୟାତ ଓ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ଲଗାଣ ବର୍ଷା ଜାରି ରହିଥିବାରୁ ଅଞ୍ଚଳରେ ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି।

Leave A Reply

Your email address will not be published.