ନାଳରୁ ଉଦ୍ଧାର ହେଲା ୧୬ ଫୁଟର କୁମ୍ଭୀର।
ରାଜନଗର : ନାଳରୁ ଉଦ୍ଧାର ହେଲା ୧୬ ଫୁଟର କୁମ୍ଭୀର। ଏଭଳି ଘଟଣା ଘଟିଛି ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ। ଏହି ପାଣି ନାଳଟି ବ୍ରାହ୍ମଣୀ ନଦୀ ସହ ସଂଯୋଗ କରୁଥିବାରୁ କୁମ୍ଭୀରଟି ପଳେଇ ଆସିଥିବା ସନ୍ଦେହ କରାଯାଉଛି। ଲୋକମାନେ ନାଳରେ କୁମ୍ଭୀର ବୁଲୁଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଫରେଷ୍ଟର ବିଜୟକୁମାର ପାତ୍ରଙ୍କ ନେତୃତ୍ୱରେ ବନକର୍ମଚାରୀ ମାନେ ଜାଲ ସାହାଯ୍ୟରେ କୁମ୍ଭୀରଟିକୁ ଧରିବାକୁ ସକ୍ଷମ ହେ।ଇଥିଲେ।। କୁମ୍ଭୀରକୁ ଉଦ୍ଧାର ରିବା ପରେ ଡାଙ୍ଗମାଳ କନିକା ରେଞ୍ଜ (ଭିତରକନିକା)ରେ ଛାଡିଦେଇଥିବା ଜଣାପଡିଛି।