ଏନ୍ଏସି ସଡକ ମଝିରେ ବିପଦଜ୍ଜନକ ଭଙ୍ଗା କଭର ପ୍ଲଟ୍ ,ଘଟୁଛି ଦୁର୍ଘଟଣା, ପ୍ରତିକାର ଦାବି

 ଗଞ୍ଜାମ ବୁଗୁଡ଼ା : ତା ୦୪/୦୨/୨୬: ବୁଗୁଡ଼ା ସହର ମଧ୍ୟସ୍ଥ ମଦନ ମୋହନ ଛକଠାରୁ ପୋଲସରା ଅଭିମୁଖେ ଲମ୍ବିଥିବା ସଡକର ମଝିରେ ଡ୍ରେନ ଉପରେ ପଡିଥିବା ଏକ କଭର ପ୍ଲେଟ ଭାଙ୍ଗିଯାଇ ନାନାଦି ଦୁର୍ଘଟଣାର କାରଣ ପାଲଟିଛି।  ତେଣୁ ଦୁର୍ଘଟଣାକୁ ଏଡାଇବା ପାଇଁ ଏହାର ଅସ୍ଥାୟୀ ପ୍ରତିକାର ଭାବେ ଲୋକେ ସେହି ଭଙ୍ଗା ସ୍ଥାନରେ ଛୋଟ ଡାଳ ପୋତୁଛନ୍ତି। ବିଶେଷକରି ରାତିରେ ସେହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚାଳକ ଏହି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତେବେ ସ୍ଥାନୀୟ ଏନ୍ଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ଏହି ବିପଦଜ୍ଜନକ ଭଙ୍ଗା କଭର ପ୍ଲେଟ୍ ଯୋଗୁଁ ସୃଷ୍ଟ ସମସ୍ଯାର ସ୍ଥାୟୀ ପ୍ରତିକାର ନିମନ୍ତେ ସାଧାରଣରେ ଦାବି ହେଉଛି।

Comments are closed.