ଧାମରା : ବନ୍ଦେ ମାତରଂ ସଂଗୀତ ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ସିଆଇଏସଏଫ ପକ୍ଷରୁ ଜାତୀୟତା ବାଦ ଓ ଏକତା ସୃଷ୍ଟି ନିମନ୍ତେ କୋଷ୍ଟାଲ ସାଇ କ୍ଲୋ ଥନ ରାଲି ଆରମ୍ଭ ହୋଇଛି। ଏହି ରାଲି କୋଲକାତା ରୁ ଆରମ୍ଭ ହୋଇଥିବାବେଳେ ଚଳିତ ମାସ ଏହା କୋଚିରେ ଶେଷ ହେବ। ଏହି ରାଲିରେ ୧୩୦ ଜଣ ସିଆଇଏସ ଏଫ ର କର୍ମଚାରୀ ସାମିଲ ହୋଇଛନ୍ତି। ଆଜି ଏହି ରାଲି ଭଦ୍ରକ ଜିଲ୍ଲା କଇଥଖୋଲା ଯେ ଏନ ବିଦ୍ୟାଳୟ ଠାରେ ପହଞ୍ଚିବା ପରେ ଭଦ୍ରକ ଜିଲ୍ଲାପାଳ ଏବଂ ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏବଂ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହେବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପରେ ଭଦ୍ରକ ଜିଲ୍ଲାପାଳ ଏହି ଦଳକୁ ପତାକା ଦେଖାଇ ସେମାନଙ୍କ ଯାତ୍ରା ପଥରେ ଅଗ୍ରସର ହୋଇ ଏକତା ର ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପହଞ୍ଚାଇବାକୁ କରିଥିବା ଉଦ୍ୟମ କୁ ଭୁୟସୀ ପ୍ରଶଂସା କରିଥିଲେ।
Comments are closed.