ଆଜି ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ନୀତି ନିର୍ଘଣ୍ଟ ବୈଠକ

ଦିନକ ପରେ ଟ୍ରଷ୍ଟ ବୋର୍ଡ ଏବଂ ସମନ୍ବୟ ମିଟିଂ

ଭୁବନେଶ୍ୱର : ମହାଶିବରାତ୍ରୀକୁ ଆଉ ମାତ୍ର ୧୭ ଦିନ ବାକି ରହିଲା । ବିଗତ କିଛିଦିନ ହେବ ଶ୍ରୀଲିଙ୍ଗରାଜ ମନ୍ଦିରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅସ୍ଥିରତା କାରଣରୁ ଏଠାକାର ପ୍ରସ୍ତୁତି ବୈଠକ ଝୁଲି ରହିଥିଲା । ଗତକାଲି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କୁ ଏଠାକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସେ କାର୍ଯ୍ୟରେ ଯୋଗଦେବା ପରେ ଶୁକ୍ରବାର ଅପରାହ୍ଣରେ ପ୍ରଥମ କରି ସେବାୟତ ପ୍ରତିନିଧିଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟ ପରିସରରେ ନୀତି ନିର୍ଘଣ୍ଟ ପ୍ରସ୍ତୁତି ବୈଠକ ହେବ ।

ସେବାୟତଙ୍କ ଦ୍ୱାରା ପ୍ରସ୍ତାବିତ ନୀତି ନିର୍ଘଣ୍ଟ ଶନିବାର ଟ୍ରଷ୍ଟ ବୋର୍ଡ ବୈଠକକୁ ଅନୁମୋଦନ ନିମନ୍ତେ ପଠାଯିବ । ଚୁଡାନ୍ତ ଅନୁମୋଦନ ପରେ ସେହି ଅପରାହ୍ଣରେ ସ୍ୱତନ୍ତ୍ର ସର୍କିଟ ହାଉସଠାରେ ସମସ୍ତ ବିଭାଗ, ଜିଲ୍ଲାପାଳ, ବିଧାୟକ, ମେୟର ଓ ଅନ୍ୟ ଅଧିକାରୀଙ୍କୁ ନେଇ ସମନ୍ୱୟ ବୈଠକରେ ଔପଚାରିକ ଭାବେ ନୀତି ନିର୍ଘଣ୍ଟ ସମୟ ତଥ୍ୟ ଘୋଷଣା କରାଯିବ । ଏଣେ ଏ ଯାଏଁ ଗୋଟିଏ ବି ପ୍ରସ୍ତୁତି ବୈଠକ ଆୟୋଜନ ହୋଇନଥିବା କାରଣରୁ ସବୁ ମହଲରେ ଅସନ୍ତୋଷର ଗୁଞ୍ଜରଣ ଶୁଣିବାକୁ ମିଳୁଛି ।

Comments are closed.