ଭୁବନେଶ୍ଵର : ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ ଅଜୟ ବାଙ୍ଗା ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ବୈଠକରେ ଉଭୟ ରାଜ୍ୟର ବିକାଶ ସମ୍ପର୍କିତ ନୀତି ଗୁଡିକ ବିଷୟରେ ଆଲୋଚନା ହୋଇଛି। ଏହା ସହ ରାଜ୍ୟ ଓ ବିଶ୍ୱବ୍ୟାଙ୍କ ମଧ୍ୟରେ ସହଭାଗୀତା ବୃଦ୍ଧି ନେଇ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ବିଶ୍ୱ ବ୍ୟାଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସେ ମଧ୍ୟ ଭୁବନେଶ୍ୱରସ୍ଥିତ ସିଟିଟିସି ତାଲିମ କେନ୍ଦ୍ର ପରିଦର୍ଶନ କରିଛନ୍ତି।
ଏହି ଅବସରରେ ସେ ଭାରତ-ୟୁରୋପ ବାଣିଜ୍ୟ ରାଜିନାମା ପ୍ରସଙ୍ଗରେ ମତ ରଖିଛନ୍ତି। ବାଙ୍ଗା କହିଛନ୍ତି, ଏହି ରାଜିନାମା ଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟିହେବ। ସେ ଭାରତର ଅସାଧାରଣ ବିକାଶ ହାରକୁ ପ୍ରଶଂସା କରିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତ ପାଖରେ ଯଥେଷ୍ଟ ପ୍ରତିଭା ଏବଂ ଦକ୍ଷତା ରହିଛି। ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଅଭୂତପୂର୍ବ ଭିତ୍ତିଭୂମି ବିକାଶ ହୋଇଥିବା ସେ କହିଛନ୍ତି।
Comments are closed.