ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ସମ୍ପନ୍ନ। ବଡ଼ ମହାସ୍ନାନ ପରେ ସ୍ବାଭାବିକ ହେଲା ଦର୍ଶନ। ଦେଢ଼ ଘଣ୍ଟା ଧରି ବନ୍ଦ ରହିଥିଲା ଦର୍ଶନ । ଭିତର କାଠ ନିକଟରେ ରକ୍ତଛିଟା ପଡ଼ିଥିବାରୁ ଠାକୁରଙ୍କ ବଡ଼ ମହାସ୍ନାନ ହୋଇଥିଲା ।
ସୂଚନା ଅନୁଯାୟୀ, ବୁଧବାର ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ଏହି ସମୟରେ ଭିତର କାଠ ନିକଟରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ଫଳରେ ମହାପ୍ରଭୁଙ୍କ ସମସ୍ତ ନୀତି ମାରା ହୋଇଥିଲା। ସେବାୟତମାନେ ନୀତି ବନ୍ଦ କରିବା ସହ ପରମ୍ପରା ଅନୁଯାୟୀ, ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଇଥିଲେ । ବଡ଼ ମହାସ୍ନାନ ନୀତ ପ୍ରାୟ ଦେଢ଼ ଘଣ୍ଟା ଚାଲିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲ। ପରେ ମହାପ୍ରଭୁଙ୍କ ମହାସ୍ନାନ ସରିବା ପରେ ସ୍ବାଭାବିକ ହୋଇଛି ଦର୍ଶନ। ଆଗକୁ ଗୋପାଳ ବଲ୍ଲଭ ନୀତି ଆଗକୁ ବଢ଼ିଛି।
Comments are closed.