ଚୌଦ୍ୱାର : ଆଠଗଡ଼ ବ୍ଲକ ଛଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆଜି ସକାଳ ୮ଟା ସମୟରେ ଏକ ଦାମୀ କାରରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରୀନା ଦେଇ କାର ଭିତରେ ଚାଉଳ ନେଇ ଯାଉଥିବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଥିଲେ l
କାର ଭିତରେ ଓ ଡିକି ମଧ୍ୟରେ ୮ବସ୍ତା ଚାଉଳ ଥିବା ଦେଖିବାକୁ ମିଳିଥିଲା l ପ୍ରାୟ ସାଢେ ୪କୁଇଣ୍ଟାଲ ଚାଉଳ ହଡ଼ପ ହେଉଥିଲା l ଏ ନେଇ ଗ୍ରାମବାସୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିବାବେଳେ ସେ ଛୁଟିରେ ରହିଥିବାରୁ ବିଆରସିସି ଓ ସିଆରସିସିଙ୍କୁ ପଠାଇଥିଲେ l ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଚାଉଳ ନେଉଥିବା କହିଥିଲେ l ଏପରିକି ରେଜିଷ୍ଟର ଦେଖାଇପାରିନଥିଲେ l ଘରେ ଥିବା କହିଥିଲେ l ଘଟଣାସ୍ଥଳରେ ଗୁରୁଡିଝାଟିଆ ପୁଲିସ ପହଁଚିଥିଲା l ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଥିଲେ I