ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ମଣ୍ଡପମ୍ ଠାରେ ‘ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା (ଏନଡିଡବ୍ଲୁବିଏଫ) ୨୦୨୬’ର ଉଦଘାଟନ କରିଛନ୍ତି। ଏହି ବର୍ଷର ମେଳାରେ ଓଡ଼ିଶାର ୧୮୫୭ ସଂଗ୍ରାମର ଅନାଲୋଚିତ ଅଧ୍ୟାୟ ‘କୁଦୋପାଲି’କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି।
ଏହି ଅବସରରେ କୁଦୋପାଲିର ସଂଘର୍ଷ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶିତ ହେବା ସହ ” ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ପୁସ୍ତକଟିକୁ ସ୍ପାନିସ ସମେତ ୧୦ଟି ଆଞ୍ଚଳିକ ଭାଷାରେ ଉନ୍ମୋଚନ କରାଯାଇଛି। ଶ୍ରୀ ପ୍ରଧାନ ଏବଂ ଅନ୍ୟ ଅତିଥିମାନେ ପୁସ୍ତକଟିକୁ ସ୍ପାନିସ୍, ବଙ୍ଗାଳି, ପଞ୍ଜାବୀ, ଅସମୀୟା, ମାଲାୟାଲମ, ଉର୍ଦ୍ଦୁ, ମରାଠୀ, ତାମିଲ, କନ୍ନଡ଼ ଏବଂ ତେଲୁଗୁ ଭଳି ମୋଟ ୧୦ଟି ଭାଷାରେ ଉନ୍ମୋଚନ କରିଥିଲେ। ପୂର୍ବରୁ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲୋକାର୍ପିତ ହୋଇସାରିଥିବା ଏହି ପୁସ୍ତକଟି ବର୍ତ୍ତମାନ ମୋଟ ୧୩ଟି ଭାଷାରେ ଉପଲବ୍ଧ । ବିଶେଷ ଭାବରେ ସ୍ପାନିସ ଭଳି ଆନ୍ତର୍ଜାତିକ ଭାଷାରେ ପୁସ୍ତକଟିର ଉନ୍ମୋଚନ ଓଡ଼ିଶାର ଇତିହାସକୁ ୟୁରୋପୀୟ ପାଠକଙ୍କ ପାଖରେ ପହଞ୍ଚାଇବାରେ ଏକ ବଡ଼ ସଫଳତା।
Comments are closed.