ନମସ୍ତେ ସମଲେଶ୍ୱରୀ

ଅର୍ଜୁନୀ ଚରଣ ବେହେରା

ନମସ୍ତେ ସମଲେଶ୍ଵରୀ ହୀରାଖଣ୍ଡ ରାଣୀ l
ନମସ୍ତେ ମଙ୍ଗଳା ବିଶ୍ୱ ବନ୍ଦ୍ୟ ଠାକୁରାଣୀ ll
ମଙ୍ଗଳେ ମଙ୍ଗଳମୟୀ ମା’ ମଙ୍ଗଳଚଣ୍ଡୀ l
ମୁଖ ଶୋଭା ହିଙ୍ଗୁଳ ସିନ୍ଦୁର ଥାଉ ମଣ୍ଡି ll
ହିମାଦ୍ରୀ ତନୟା ମାତ ନାମ ହୈମବତୀ l
ପର୍ବତନନ୍ଦିନୀ ଯେଣୁ ତୋ ନାମ ପାର୍ବତୀ ll
ଶିବଙ୍କୁ ଲଭିଲୁ କେତେ କାଳ ତପ କରି l
ପର୍ଣ୍ଣ ନ ଭକ୍ଷୀଲୁ ନାମ ଅପର୍ଣ୍ଣା ତୋହରି ll
ଆମ୍ବା,ଉମା,ଅମ୍ବିକା ମା ତୋ ନାମ ଗଉରୀ l
ଶଙ୍କରୀ ମା ମାହେଶ୍ୱରୀ ତ୍ରିଭୁବନେଶ୍ୱରୀ ll
ରୁଦ୍ରାଣୀ ଶିବାନୀ ମାତା ତୁହି ସମଲେଇ l
ସ୍ମରଣେ ତୋହର ଯାଏ ଦୁରିତ ପଳାଇ ll
ଅଦୃଶ୍ୟ ଦୃଶ୍ୟ ହୁଅଇ ତୋ କୃପା କଟାକ୍ଷେ l
ଅଭୟ ଆଶ୍ରୟ ମାତ ତୋ ପଦ ପ୍ରତ୍ୟକ୍ଷେ ll
ଉତ୍କଳେ ଅଷ୍ଟ ଚଣ୍ଡୀଙ୍କ ମଧ୍ୟେ ତୋର ପୂଜା l
ଶ୍ରୀକ୍ଷେତ୍ରେ ବିମଳା ଯାଜପୁରରେ ବିରଜା ll
ଝଙ୍କଡ଼େ ଶାରଳା ପ୍ରାଚୀ ତଟରେ ମଙ୍ଗଳା l
ହିଙ୍ଗୁଳା,ଚର୍ଚ୍ଚିକା ଆଦି ରୂପେ କରୁ ଖେଳା ll
ସମ୍ବଲପୁରେ ମାତା ତୋ ଦେଉଳ ସୁନ୍ଦର l
ଗିରି ବନେ ଶୋଭା ମଧ୍ୟେ ଧବଳ ଟଗର ll
ବିଶ୍ୱ ବିନୋଦିନୀ ମାତ ମନ୍ଦାର ମାଳିନୀ l
ଦୟାବତୀ ଦୟା ରଖୁ ଚରାଚର ପ୍ରାଣୀ ll
ସନ୍ଥଙ୍କୁ ପାଳନେ ତୋର ବାରହାତି ଖଣ୍ଡା l
ମେଣ୍ଢାପରି ମୋଡ଼ିଥାଉ ଦୁଷ୍ଟଙ୍କର ଷେଣ୍ଡା ll
ପୁଣ୍ୟତୋୟା ମହତି ନଦୀର କୂଳେ ବାସ l
ଚରଣେ ନମଇଁ ତୋର ଦାସଙ୍କର ଦାସ ll
🙏🙏🙏
ଅର୍ଜୁନୀ
——————
ମୋ -୭୬୯୩୦୯୧୯୭୧

Comments are closed.